• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ପ୍ରାୟ ଶୁଖିଲା ରହିଛି । ତେବେ ପାଗ ଶୁଖିଲା ଥିଲେ କିମ୍ବା ବର୍ଷା କମିଛି ବୋଲି ଖୁସି ହେବାର ଆବଶ୍ୟକ ନାହିଁ କହିଲେ ଚଳେ । କାରଣ ବର୍ଷା ସ୍ଥିତି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏକ ଗୁରୁତ୍ୱଳପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ ।

ସେ ଆହୁରି କହିଚନ୍ତି ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ କମିଛି । କିନ୍ତୁ ମହାନଦୀ ଉପରମୁଣ୍ଡ ଛତିଶଗଡ଼ର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ୧୮ରୁ ପୁଣି ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 

ଅନ୍ୟପଟେ ଏବେ ହୀରାକୁଦ ଡ୍ୟାମର ୮ଟି ଗେଟ୍ ବନ୍ଦ କରାଯାଇଛି । ଖୋଲାଥିବା ୩୪ ଗେଟ୍‌ରୁ ୮ଟି ବନ୍ଦ କରାଯାଇଛି । ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଗେଟ୍ ବନ୍ଦ କରାଯାଇଥିବା କୁହାଯାଉଛି । ଏବେ ମୋଟ ୨୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ତେବେ ଆଗକୁ ବର୍ଷା ହେଲେ ସ୍ଥିତି ଦେଖି ଗେଟ୍‌ ଖୋଲି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ତେବେ ହିରାକୁଦ୍‌ରେ ଗେଟ୍‌ ଖୋଲିବା ପରେ ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହ ୧୦ ଲକ୍ଷ କ୍ୟୁସେକ୍ ଟପିଛି । ଦିନ ୪ଟାରେ ମୁଣ୍ଡଳିରେ ୧୦ ଲକ୍ଷ ୧୦ ହଜାର କ୍ୟୁସେକ ପ୍ରବାହିତ । ସେପଟେ ପାରାଦୀପରେ ବିପଦ ସଂକେତ ଟପିଲା ପାଇକା ନଦୀ । ତିର୍ତ୍ତୋଲର ଶଙ୍ଖେଶ୍ୱର ନିକଟରେ ବିପଦ ସଂକେତ ଟପିଲା । ବିପଦ ସଂକେତ ୬.୯ ମିଟର ରହିଥିବା ବେଳେ ଏବେ ନଦୀରେ ଜଳସ୍ତର ୭.୫ ମିଟର ରହିଛି ।