Advertisment

ବଡ଼ ବନ୍ୟା ଟାଳିବାକୁ କସରତ: ଏହି ୨ ଜିଲ୍ଲାକୁ ବେଶୀ ବିପଦ

ବଡ଼ ବନ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୯ଟା ଯାଏ ବନ୍ଦ କରାଯିବ। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍‌ ପାଣି କମିଯିବ।

author-image
Rajalaxmi Sahoo
Jagatsinghpur, Puri face max threat due to flooding in Mahanadi says src

Jagatsinghpur, Puri face max threat due to flooding in Mahanadi says src

ମହାନଦୀରେ ବଡ଼ ବନ୍ୟା ଟାଳିବାକୁ କସରତ ହେଉଛି। ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଥିଲେ ବି ଉପରେ ମୁଣ୍ଡରେ ହେଉଛି। ମହାନଦୀର ଅନେକ ଉପନଦୀରୁ ବର୍ତ୍ତମାନ ପାଣି ମହାନଦୀରେ ମିଶୁଛି। ଉପରମୁଣ୍ଡ ପାଣି ଓ ତଳମୁଣ୍ଡ ପାଣି ମିଶି ମହାନଦୀ ଜଳସ୍ତର ବଢୁଛି। ଏବେ ମୁଣ୍ଡଳି ଦେଇ ୯.୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଏସବୁ ହିସାବକୁ ନେଲେ ପ୍ରବଳ ବନ୍ୟା ହୋଇପାରେ ବୋଲି SRC ଆକଳନ କରିଛନ୍ତି। 

Advertisment

ବଡ଼ ବନ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୯ଟା ଯାଏ ବନ୍ଦ କରାଯିବ। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍‌ ପାଣି କମିଯିବ। ଏବେ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୧ ଫୁଟ ପାଖାପାଖି ରହିଛି। ୮ଟି ଗେଟ୍ ବନ୍ଦ କରି ମୁଣ୍ଡଳିରେ ୧୦.୫ ଲକ୍ଷରୁ ୧୧ ଲକ୍ଷ ଭିତରେ ରଖିବାକୁ ନିଷ୍ପତ୍ତି ହୋଇଛି। ୮ଟି ଗେଟ୍ ବନ୍ଦ ନକଲେ ମୁଣ୍ଡଳିରେ ୧୨.୫ ଲକ୍ଷ ହୋଇଯାଇପାରେ। ତେଣୁ ଏହି ନିଷ୍ପତ୍ତି ନି‌ଆଯାଇଥିବା SRC କହିଛନ୍ତି।

ପ୍ରଦୀପ ଜେନା କହିଛନ୍ତି, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଛି। ମହାନଦୀ  ଅବବାହିକାରେ ଅଧିକ ବର୍ଷା ହୋଇଛି।  ୭ଟି ବ୍ଲକ୍‌ରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ସମ୍ଭାବ୍ୟ ବନ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ।ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ୨ ଜିଲ୍ଲାକୁ ବେଶୀ ବିପଦ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବାର ସମ୍ଭାବନା ରହିଛି। 

Advertisment

କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼, ବାଙ୍କୀରେ ପ୍ରଭାବ ପଡ଼ିପାରେ। ନୟାଗଡ଼ର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବାସହ ସୋନପୁର ଜିଲ୍ଲାର ବୀରମହାରାଜପୁର ପ୍ରଭାବିତ ହୋଇପାରେ। ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ଯେତେ ରେସ୍କ୍ୟୁ ଟିମ୍‌ ନିୟୋଜିତ ହୋଇଥିଲେ, ତାକୁ ଛାଡ଼ି NDRFର ଆଉ ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଅତିରିକ୍ତ ଟିମ୍ ପଠାଯାଇଥିବା SRC ସୂଚନା ଦେଇଛନ୍ତି।

Rain In Odisha Flood In Odisha Weather In Odisha
Advertisment
Advertisment