Advertisment

ଓଡ଼ିଶାକୁ ନିସ୍ତାର ନାହିଁ ! ୧୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଏପରିକି ଏସବୁ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ; ଅକସ୍ମାତ ବନ୍ୟା ଆଶଙ୍କା ଉପୁଜିପାରେ।

author-image
Chandan Shishu
ଅଦ୍ୟତନ ହୋଇଛି
Heavy Rainfall

Heavy Rainfall

ଆଜି ଓ କାଲି ବର୍ଷାରୁ ଓଡ଼ିଶାକୁ ନିସ୍ତାର ମିଳିବନି। ଲଘୁଚାପ ଯେତେ ଘନୀଭୂତ ହେଉଛି, ସେତେ ଉପକୂଳକୁ ବର୍ଷା ବିପଦ ଘନଉଛି। କାହିଁକିନା ଭୀଷଣ ବର୍ଷା ନେଇ ୧୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଲଘୁଚାପ ବର୍ଷା ପାଇଁ ୧୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି। କାଲି ପର୍ଯ୍ୟନ୍ତ ୭ ଜିଲ୍ଲା ଓ କାଲିଠୁ ୧୫ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। କାଲି ପର୍ଯ୍ୟନ୍ତ ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ମଧ୍ୟ କାଲି ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେହିପରି କାଲିଠୁ ୧୫ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡିକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସଜାଗ କରାଇଚି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏପରିକି ଏସବୁ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ; ଅକସ୍ମାତ ବନ୍ୟା ଆଶଙ୍କା ଉପୁଜିପାରେ। ତଳୁଆ ଅଞ୍ଚଳ ଓ ଚାଷ ଜମି ଜଳମଗ୍ନ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତେବେ ବର୍ଷାକୁ ଆଖି ଆଗରେ ରଖି ୮ ଜିଲ୍ଲା ପାଇଁ ୬ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। 

Advertisment
Red WarningRed Warning

ପୁରୀ ପାଇଁ ଇଂ ଚିନ୍ମୟ ରଂଜନ ରାଉତ, ଜଗତସିଂହପୁର ପାଇଁ ଇଂ ବିଜୟ କୁୂମାର ସାମଲ,  କଟକ ପାଇଁ ଇଂ ବାଲେଶ୍ୱର ନାଥ ସାହୁ, କେନ୍ଦ୍ରାପଡ଼ା ପାଇଁ ଇଂ ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ- ଇଂ ଧନେଶ୍ୱର ସାମଲ, ଖୋର୍ଦ୍ଧା ଓ ନୟାଗଡ଼- ଇଂ ବିଘ୍ନର। ବର୍ଷା ପାଇଁ ସମ୍ଭାବ୍ୟ ସ୍ଥିତି ଏଡ଼ାଇବାକୁ ଏମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦାୟିତ୍ୱ ବଣ୍ଟନ କରାଯାଇଛି।

ମହାନଦୀରେ ଆସିପାରେ ବନ୍ୟା । ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ଏଭଳି କିଛି ଆଶଙ୍କା ଦେଖାଦେଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏବେ ହୀରାକୁଦ ଡ୍ୟାମ୍‌ର ବଢ଼ୁଛି ପାଣି । ଫଳରେ ଗୋଟେ ପରେ ଗୋଟେ ଗେଟ୍ ଖୋଲିବାରେ ଲାଗିଛି । ଏବେ ହୀରାକୁଦର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି । ତେଣୁ ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

Weather Update Heavy Rainfall Red Warning
Advertisment
Advertisment