• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

weather update
ଅସହ୍ୟ ତାତିରେ ତ୍ରାହି ତ୍ରାହି ଡାକୁଛି ସାରା ରାଜ୍ୟ,୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ

ପୁଣି ଥରେ ହିଟ୍ ୱେଭ୍ ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କତା । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ସମ୍ଭାବନା ରହିଛି । ଆଭ୍ୟନ୍ତରରେ ୩ରୁ ୫ ଓ ଉପକୂଳରେ ୨ରୁ ୩ ଡିଗ୍ରୀ ଅଧିକ ରହିବ ।

Severe Heatwave
ଆଗକୁ ତାତି ଆହୁରି ବଢିବ

ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

weather-report-of-today
ଆହୁରି ତାତିବ ! ରାଜ୍ୟରେ ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୬ ଡିଗ୍ରୀ

Severe heat wave conditions to prevail in Odisha for next 4-5 days!
ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ ; ୨୯ ଯାଏ ଖରାରୁ ମିଳିବନି ତ୍ରାହି

ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ । ଆସନ୍ତା ୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Heat Wave Warning
ସୂର୍ଯ୍ୟଙ୍କ ପ୍ରଚଣ୍ତ କୋପରେ ତ୍ରାହି ତ୍ରାହି ଓଡ଼ିଶା; ଖରା ତାତିଠୁ ବଳି ଯାଉଛି ଭୋକର ଜ୍ୱାଳା

ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍‌କିଲ । ଅତି ଅବଶ୍ୟକ ନଥିଲେ ଲୋକେ ଘରୁ ଗୋଡ କାଢୁ ନାହାନ୍ତି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ।

Heat Wave Warning
ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରେ ତ୍ରାହି ତ୍ରାହି ଓଡ଼ିଶା

ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ। ହେଲେ ଏଠି କିନ୍ତୁ ବିପରିତ ଚିତ୍ର। ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି।

Yellow Warning For Heat Wave Issued In 5 Districts Of Odisha
ତତଲା କଢେଇରେ ସିଝୁଛିି ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ୨୫ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ।

Heat Wave In Bhubaneswar
ଭୁବନେଶ୍ୱରରେ ପ୍ରାଣ ଛାଡ଼ିଯିବା ପରି ସ୍ଥିତି କାହିଁକି ?

କାହିଁକି ରାଜଧାନୀରେ ଏଭଳି ନିଆଁବର୍ଷା କହିଲେ ପାଣିପାଗ ବିଜ୍ଞାନୀ

heat wave
ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ୱର : ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ

ଦିନ ୨ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

Weather Forecast
ପାଣିପାଗ ବିଭାଗର ସତର୍କ ସୂଚନା; ଆସନ୍ତା ୨୫ରୁ ୨୭ ବର୍ଷିବ ନିଆଁ !

ରାଜ୍ୟରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୩ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

heat
ରାଜଧାନୀରେ ନିଆଁ ବର୍ଷା : ୪୧.୭ ଡ଼ିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭୁବନେଶ୍ୱର

ତତଲା ତାଓ୍ୱା, ତତଲା ହାଓ୍ୱା । ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ପଥଚାରୀଙ୍କ ପାଇଁ ପ୍ରାଣ ଛାଡ଼ିଗଲା ଭଳି ସ୍ଥିତି ।

Heat Wave
୨୭ ଯାଏ ଅଗ୍ନି ବର୍ଷା !

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।

Heat Wave Conditions in Bhubaneswar
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

Weather Forecast- Rain Alert For Several Parts Of Odisha
ପାଣିପାଗ ବିଭାଗର ସତର୍କ ସୂଚନା; ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି ।

SRCଙ୍କ ପକ୍ଷରୁ ୧୫ ଜିଲ୍ଲାକୁ ଆଲର୍ଟ କରାଯାଇଛି
ଅଧା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ !

ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି।

weather  today
କାଲିଠୁ ପୁଣି ବଢ଼ିବ ତାପମାତ୍ରା, କାଳବୈଶାଖୀ ସମ୍ଭାବନା

କାଲିଠୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆସନ୍ତାକାଲିଠୁ ପୁଣି ସାଧାରଣ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ କାଳବୈଶାଖୀର ପ୍ରଭାବ ଆଜି ମଧ୍ୟ ରହିବ ।

Weather Update
କାଳବୈଶାଖୀ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି ଜିଲ୍ଲାର ଏକାଧିକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଘର ଛାତ ଉଡ଼ି ଯାଇଛି, କାନ୍ଥ ଭୁସୁଡ଼ିଛି ।

Weather Update
ରାଜ୍ୟରେ କୋହଲା ପାଗ, ତାତିରୁ ସାମାନ୍ୟ ଆଶ୍ୱସ୍ତି

ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ସମୀବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ଝଡ଼ବର୍ଷା ସମ୍ଭାବନା ରହିଛି ।

Weather Update
ସୀମାବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ୧୨ ଜିଲ୍ଲାକୁ ଝଡ଼ବର୍ଷା ୱାର୍ଣ୍ଣିଂ

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସମ୍ଭାବନା । ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Odisha Latest Weather Update |
ତାତିରେ ଆଉଟୁପାଉଟୁ ସାରା ରାଜ୍ୟ; ୪୦ ଡିଗ୍ରୀ ପାର୍‌ କଲା ୧୯ ସହରର ତାପମାତ୍ରା

ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ଗତକାଲି ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।

Hot Wave
ତାପମାତ୍ରାରେ ରେକର୍ଡ କଲା ସୋନପୁର, ସବୁଠୁ ଉତ୍ତପ୍ତ ସହର

ଏବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁରର ରେକର୍ଡ । 

Weather Update
ପାଣିପାଗ ବିଭାଗର ସତର୍କ ସୂଚନା; ଆଜିଠୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଆଜିଠୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ତାଣ୍ଡବ ରଚିପାରେ କାଳବୈଶାଖୀ ।

thunder
୪ ଦିନ ଯାଏଁ ବର୍ଷିବ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଅନ୍ୟପଟେ ଏବେ ବି ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।

Tempreture
ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା; ୨୧ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର୍‌

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।

Thunderstorm, lightning warning for Odisha
୫ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ଆଶଙ୍କା

ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ଆଜି ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛିଦିନ ପୂର୍ବେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା।