Advertisment

ଫୁଲୁଛି ମହାନଦୀ, ହୀରାକୁଦରେ ଆହୁରି ଗେଟ୍‌ ଖୋଲିବ ! ଆହୁରି ବର୍ଷିବା ସମ୍ଭାବନା

ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି, ଅଫିସରମାନେ ମଧ୍ୟ ସଜାଗ ଅଛନ୍ତି । ଏହାସହ ଆସନ୍ତା ୨୧ ତାରିଖ ସୁଦ୍ଧା ହୀରାକୁଦରେ ୬୨୨ ଫୁଟ ଯାଏଁ ପାଣି ରଖାଯାଇପାରିବ ବୋଲି ସେ କହିଛନ୍ତି । ତେବେ ୧୮ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧକୁ ମରାମତି କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Hirakud

Hirakud

ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା । ହୀରାକୁଦର ତଳ ଓ ଉପରମୁଣ୍ଡରେ ବର୍ଷା ଜାରି ରହିଛି । ଏବେ ସୁଦ୍ଧା ହୀରାକୁଦର ୩୪ ଗେଟ ଖୋଲା ସରିଛି, ସ୍ଥିତି ଦେଖି ଅଧତ୍କ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ବଂଶଧାରା, ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବିପଦ ସଂକେତ ଛୁଇଁଲାଣି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Advertisment

ସେହିଭଳି ସେ ଆହୁରି କହିଛନ୍ତି ଯେ, ମୁଣ୍ଡଳୀରେ ସନ୍ଧ୍ୟା ୭ଟା ସୁଦ୍ଧା ୫ ଲକ୍ଷ ୫୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବ । ଉପରମୁଣ୍ଡରୁ ପାଣି ଆସିବା ଜାରି ଥିବାରୁ ଜଳସ୍ତର ଆହୁରି ବଢ଼ିବ । ୧୫ ତାରିଖ ସୁଦ୍ଧା ମୁଣ୍ଡଳୀ ଦେଇ ୭ ଲକ୍ଷ କ୍ୟୁସେକ୍‌ରୁ ଊର୍ଦ୍ଧ୍ୱ ଜଳ ପ୍ରବାହିତ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି, ଅଫିସରମାନେ ମଧ୍ୟ ସଜାଗ ଅଛନ୍ତି । ଏହାସହ ଆସନ୍ତା ୨୧ ତାରିଖ ସୁଦ୍ଧା ହୀରାକୁଦରେ ୬୨୨ ଫୁଟ ଯାଏଁ ପାଣି ରଖାଯାଇପାରିବ ବୋଲି ସେ କହିଛନ୍ତି । ତେବେ ୧୮ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧକୁ ମରାମତି କରାଯାଇଛି ।

Advertisment

ତେବେ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ଟି ସ୍ଥାନରେ ଅତିପ୍ରବଳ ବର୍ଷା (୧୧୫.୬ମିମିରୁ ୨୦୪.୪ମିମି) ହୋଇଥିବା ବେଳେ ୭୩ଟି ସ୍ଥାନରେ ପ୍ରବଳ ବର୍ଷା (୬୪.୫ରୁ ୧୧୫.୫ମିମି) ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ୨୦୦.୪ ମିମି ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୧୬୮ମିମି, ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୧୬୭.୪, ସୁନ୍ଦରଗଡ଼ ସହରରେ ୧୬୩.୪, କଟକ ଜିଲ୍ଲା ବାଙ୍କିରେ ୧୬୨, କନ୍ଧମାଳର ଫିରିଙ୍ଗିଆରେ ୧୬୧.୬, ସମ୍ବଲପୁରର ଧନକଉଡ଼ାରେ ୧୫୯, ସୁନ୍ଦରଗଡ଼ର ଲେଫ୍ରିପଡ଼ାରେ ୧୫୬.୪, ଜଗତସିଂହପୁରର ବାଲିକୁଦରେ ୧୫୪, ସମ୍ବଲପୁର ସହରରେ ୧୪୬, ପୁରୀ ଜିଲ୍ଲା ଗୋପରେ ୧୪୦.୨, ଜଗତସିଂହପୁରର ତିର୍ତ୍ତୋଲ ଓ ନୂଆଗାଁରେ ଯଥାକ୍ରମେ ୧୩୫, ସୋନପୁର ଜିଲ୍ଲା ବିନିକାରେ ୧୩୨.୨, ସମ୍ବଲପୁରର ବୁର୍ଲାରେ ୧୩୧.୮, ପୁରୀର କାକଟପୁରରେ ୧୨୩, କଟକର କଣ୍ଟାପଡ଼ା ଓ ନିଆଳିରେ ଯଥାକ୍ରମେ ୧୨୩ ଓ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ ୩୪ଟି ଗେଟ୍ ଖୋଲିଥିବା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

Weather Forecast Flood Weather In Odisha
Advertisment
Advertisment