• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା । ହୀରାକୁଦ ଡ୍ୟାମ୍ ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ନେଇ ଆଶଙ୍କା ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ହୀରାକୁଦ ଉପର ମୁଣ୍ଡରୁ ଆସୁଥିବା ପାଣି ଉପରେ ନଜର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି ।

ବଡ ଘାଇ ହେବାର ସମ୍ଭାବନା ନାହିଁ । ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଥିବା ନଜରକୁ ଆସିଛି । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ କଟର ମୁଣ୍ଡଳି ଅତିକ୍ରମ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ହୀରାକୁଦର ୩୪ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ତେବେ ଆଉ ଗେଟ୍ ଖୋଲାଯିବ ନାହିଁ ବୋଲି ସେ କହିଛନ୍ତି । ହୀରାକୁଦ ଡ୍ୟାମରୁ ନିଷ୍କାସିତ ଜଳ ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ଖଇରମାଳରେ ଏବେ ୯.୫୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ମହାନଦୀ ଅବବାହିକାରେ ଥିବା ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବ । ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ SRC କହିଛନ୍ତି ।

ଅନ୍ୟପଟେ ମହାନଦୀର ବନ୍ୟା ଜଳ ପାଇଁ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ବାଙ୍କୀର କେତେକ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି ରଣ ନଈ ଓ ଚନ୍ଦ୍ରମା ନାଳ ଯୋଗେ ପଛୁଆ ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ ହୋଇଛି । ଫଳର କଇଁମୁଣ୍ଡି ଓ ଶୁଖୁଆଖେଳା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ମହାନଦୀରେ ଆଉ ଜଳ ପତ୍ତନ ବୃଦ୍ଧି ପାଇଲେ ଡମପଡ଼ା ବ୍ଲକର ବହୁ ଅଞ୍ଚଳ ଜଳାର୍ଣ୍ଣବ ହେବ ବୋଲି ଆଶଙ୍କା କରାଯାଉଛି ।