• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ କାରମ ନଦୀ ଉପରେ ଥିବା ଡ୍ୟାମ୍ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଧାର ଜିଲ୍ଲାର ୧୨ ଗାଁ ଓ ଖରଗାଁଓ ଜିଲ୍ଲାର ୬ ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍‌ରୁ ଘଳିଆ ପଡ଼ିଥିଲା ।

ପରେ ପରେ ଡ୍ୟାମ୍ ବନ୍ଧର ଗୋଟିଏ ପାର୍ଶ୍ୱରେ କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ବନ୍ଧ ସଂପୂର୍ଣ୍ଣ ଭାଙ୍ଗିବା ନେଇ ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ବାୟୁସେନାର ୨ଟି ଓ ସ୍ଥଳସେନାର ଗୋଟିଏ ହେଲକପଟରକୁ ପ୍ରସ୍ତୁତ ରଖାଯାଇଛି । ଗତକାଲିଠାରୁ ଡ୍ୟାମର ତଳ ଭାଗରେ ଥିବା ଗାଁଗୁଡ଼ିକରେ ଏନ୍‌ଡିଆରଏଫ୍ ଟିମ ପହଞ୍ଚି ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । କୋଠିଦାରେ କାରମ ନଦୀ ଉପରେ ଡ୍ୟାମ୍‌ଟି ନିର୍ମାଣଧିନ ଅଛି । ହେଲେ ଏଥର ପ୍ରବଳ ବର୍ଷା ଯୋଗୁଁ ବନ୍ଧରେ ଘଳିଆ ସୃଷ୍ଟି ହୋଇଥିଲା । ବନ୍ଧର ଦକ୍ଷିଣ ପାର୍ଶ୍ୱରେ ମାଟି ଖସିଯିବାରୁ ବନ୍ଧ ଭାଙ୍ଗିବା ଭଳି ବିପଦ ଆଶଙ୍କା ଦେଖାଦେଇଛି । ଏହି ବନ୍ଧର ଲମ୍ବ ୫୯୦ ମିଟର ରହିଛି ।