• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର କାଣି ନଦୀ ବନ୍ଧରେ ଘାଇ । ଫଳରେ ଆଖପାଖ ଗାଁରେ ବନ୍ୟା ପାଣି ପଶି ଯାଇଛି । ବୈତରଣୀରେ ପ୍ରବଳ ପାଣି ଯୋଗୁଁ ଦଶରଥପୁର ବ୍ଲକ ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଅୟା, ମଲ୍ଲିକାପୁର ଜଳମଗ୍ନ ହେବ ବୋଲି ଆଶଙ୍କା କରାଯାଉଛି । ନଦୀରେ ଘାଇ ସୃଷ୍ଟି ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । 

ସେପଟେ ବିପଦ ସଂକେତ ଟପିଲା ଦେବୀ ନଦୀ । କାକଟପୁର ବାଉରିଆକଣ ନିକଟରେ ବିପଦସଂକେତ ଟପିଲା ଦେବୀ ନଦୀ । ବିପଦ ସଂକେତ ୪.୯୩ ମିଟର ଥିବା ବେଳେ ଏବେ ୫.୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । କେନ୍ଦ୍ରୀୟ ଜଳ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଥିବା ନଦୀ ଜଳସ୍ତର ।

ଅନ୍ୟପଟେମହାନଦୀରେ ବନ୍ୟା ଆସିବା ଫଳରେ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ବାଙ୍କୀର କେତେକ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ରଣ ନଈ ଓ ଚନ୍ଦ୍ରମା ନାଳ ଯୋଗେ ପଛୁଆ ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ ହୋଇଛି । ଫଳର କଇଁମୁଣ୍ଡି ଓ ଶୁଖୁଆଖେଳା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ସେହିପରି ବିଲିପଡ଼ା ପଞ୍ଚାୟତର ବରପଦନପୁର ଗାଁରେ ପଶିଲା ବନ୍ୟା ପାଣି । ରାସ୍ତାରେ ବଢ଼ିବାରେ ଲାଗିଛି ଜଳସ୍ତର । ଲୋକେ ନିଜ ଜିନିଷପତ୍ର ଧରି ସୁରକ୍ଷିତ ଜାଗାକୁ ଯାଉଛନ୍ତି ।