• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ୧୭ରୁ ପୁଣି ବଡ଼ ବର୍ଷା ସମ୍ଭାବନା । ବର୍ତ୍ତମାନ ଉତ୍ତର ଛତିଶଗଡ଼ ଓ ଆଖପାଖରେ ଅବପାତ ସକ୍ରିୟ ରହିଛି । ଫଳରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଆଜି ବି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର,ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିରରେ ପ୍ରବଳ ବର୍ଷିବ । ମୌସୁମୀ ସକ୍ରିୟ ଥିବାରୁ ଆସନ୍ତା ୧୭ରୁ ପୁଣି ବର୍ଷା ବଢ଼ିବ । ଉପକୂଳ ଓଡ଼ିଶାରେ ୧୭ ଓ ୧୮ରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା

ହୀରାକୁଦ ଡ୍ୟାମ୍ ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ନେଇ ଆଶଙ୍କା ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ହୀରାକୁଦ ଉପର ମୁଣ୍ଡରୁ ଆସୁଥିବା ପାଣି ଉପରେ ନଜର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି । ବଡ ଘାଇ ହବାର ସମ୍ଭାବନା ନାହିଁ । ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି । ଫଳରେ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ସ୍ତର ୧୭.୮୩ ମିଟର ଥିବାବେଳେ ୧୮.୫୭ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଅଛି । ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁରରେ ଥିବା କଣ୍ଟିଘାଇ ବାଟେ ବନ୍ୟାଜଳ ଜନବସତିକୁ ପ୍ରବେଶ କରିଛି । ଫଳରେ ଭଣ୍ଡାରିପୋଖରୀ ବ୍ଲକର କିଛି ପଞ୍ଚାୟତରେ ବନ୍ୟା ଜଳ ମାଡ଼ି ଯାଇଛି ।

ସେହିପରି ଧାମନଗର ଅଞ୍ଚଳରେ ମଲ୍ଲିମାହାରା, ଗୌରାଙ୍ଗପୁର, କାଞ୍ଜିଆପାଳ ଏସକେପ୍ ବାଟେ ବନ୍ୟା ଜଳ ପ୍ରବେଶ କରିଛି । ଜଳସ୍ତର ବୃଦ୍ଧି ପାଇଲେ ଧାମନଗର, ଭଣ୍ଡାରିପୋଖରୀ ସମେତ ତିହିଡ଼ି ଓ ଚାନ୍ଦବାଲି ବ୍ଲକର କିଛି ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ।