• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ମହାନଦୀରେ ଆସୁଛି ବନ୍ୟା । ମହାନଦୀରେ ଆସୁଥିବା ଏହି ବନ୍ୟାଜଳ ଆଜି କଟକ ମୁଣ୍ଡଳୀ ଦେଇ ଅତିକ୍ରମ କରିବ । ଏବେ ସୁଦ୍ଧା ହୀରାକୁଦର ମୋଟ ୩୪ଟି ଗେଟ୍ ଖୋଲା ଯାଇ ବନ୍ୟା ପାଣି ଛଡ଼ା ଯାଉଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରକୁ ୫ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ଛଡ଼ାଯାଉଛି ।

ହୀରାକୁଦ ଡ୍ୟାମରୁ ଖୋଲାଯାଉଥିବା ଗେଟ୍ ସଂଖ୍ୟା ବଢୁଥିବାରୁ ମହାନଦୀ ସିଷ୍ଟମରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଇଛି । ଆଜି କଟକ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ୍ ଓ ଆସନ୍ତାକାଲି ସୁଦ୍ଧା ପ୍ରାୟ ୧୧ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ମଧ୍ୟମ ଧରଣର ବନ୍ୟା ଆସିପାରେ । ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ରାଜ୍ୟର ୧୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିଲା ତାକୁ ମରାମତି କରାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି । ଦୀଘାରୁ ଦକ୍ଷିଣ ପୂର୍ବର ୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଅବପାତ । ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ରେଡ୍ ଏବଂ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।