• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାନଦୀର ତଳ ମୁଣ୍ଡରେ ବାରମ୍ବାର ଆସୁଛି ବନ୍ୟା । ଏପରିକି ପ୍ରତିବର୍ଷ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆସୁଛି । ହେଲେ ଏଥିପାଇଁ ଦାୟୀ କିଏ ? ଓଡ଼ିଶା ନା ଛତିଶଗଡ଼? ଦୁଇ ରାଜ୍ୟ ମଧ୍ୟରୁ କିଏ ହେବ ଦାୟୀ? କାହା ପାଇଁ ମହାନଦୀରେ ଆସୁଛି ବନ୍ୟା ? ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି, କାରଣ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ପରେ ହୀରାକୁଦ ଡ୍ୟାମ୍ ଉପରେ ଚାପ ପଡ଼ୁଛି, ଅଧିକ ଗେଟ୍ ଖୋଲିବାକୁ । ଯେତେ ଗେଟ୍ ହୀରାକୁଦରେ ଖୋଲିବ ତଳ ମୁଣ୍ଡ ପାଇଁ ସେତେ ବିପଦ ବଡ଼ିବ । ଏନେଇ କାହିଁକି ଛତିଶଗଡ଼ ସରକାରଙ୍କ ସହ କଥା ହେଉନାହାନ୍ତି ଓଡ଼ିଶା ସରକାର ବୋଲି ପ୍ରଶ୍ନ କରିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ।

ଖରା ଦିନେ ଓଡ଼ିଶା ପଟେ ମହାନଦୀ ସୁଖିଲା ପଡ଼ୁଛି ହେଲେ ଛତିଶଗଡ଼ରେ ପ୍ରବଳ ପାଣି ଥାଏ । ମେ, ଜୁନ୍ ମାସରେ ଛତିଶଗଡ଼ ନିଜ ଡ୍ୟାମର ଗେଟ୍ ଖୋଲେନି ହେଲେ ଠିକ୍ ବର୍ଷା ପୂର୍ବରୁ ଗେଟ୍ ଖୋଲି ହୀରାକୁଦ୍ ଉପରେ ଚାପ ସୃଷ୍ଟି କରେ । ଏନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କଥା । ସେପଟେ ହୀରାକୁଦ ଜଳଭଣ୍ଡାରର ରୁଲ୍ କର୍ଭରେ ସଂଶୋଧନ ପାଇଁ ଦାବି କରିଛନ୍ତି ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଡ୍ୟାମ ନିର୍ମାଣ ହେବା ପରେ ୧୯୬୩ରେ ରୁଲ୍ କର୍ଭ କରାଯାଇଥିଲା ପରେ ୧୯୮୮ରେ ସଂଶୋଧନ କରାଯାଇଥିଲା ।

ଏହା ଭିତରେ ୩୪ ବର୍ଷ ପୁରି ଯାଇଥିଲେ ବି ସେହି ପୁରୁଣା ରୁଲ୍ କର୍ଭକୁ ପାଳନ କରାଯାଉଛି । ପରିବର୍ତ୍ତିତ ପରିସ୍ଥିତିରେ ରୁଲ୍ କର୍ଭ ସଂଶୋଧନ ହେବା ଜରୁରୀ ହୋଇପଡ଼ିଛି ବୋଲି ସେ ଦୋହରାଇଛନ୍ତି । ରୁଲ୍ କର୍ଭ ଅନୁସାରେ-କେଉଁ ମାସରେ କେତେ ପାଣି ରହିବା ଦରକାର ଓ ଜଳ ଧାରଣର କ୍ଷମତା ସମ୍ପର୍କରେ ଉଲ୍ଲେଖ ରହିଛି ।