Advertisment

ବଢ଼ୁଛି ବର୍ଷା, ଫୁଲୁଛି ନଈ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

author-image
Rajalaxmi Sahoo
Incessant rain triggers flood like situation

Incessant rain triggers flood like situation

ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଥିବା ବେଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ରହିଛି। 

Advertisment

କେନ୍ଦ୍ରୀୟ ଜଳ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାନଦୀର ବିଭିନ୍ନ ସ୍ଥାନରେ ଥିବା ଜଳସ୍ତର...

  • ଛତିଶଗଡ଼ ବସନ୍ତପୁରରେ ବର୍ତ୍ତମାନ ସ୍ଥିତି 215.87  ବଢୁଛି
  • କଲମାରେ ବର୍ତ୍ତମାନ ସ୍ଥିତି 200.26  ବଢୁଛି
  • ଶେଓରି ନାରାୟଣରେ ବର୍ତ୍ତମାନ ସ୍ଥିତି 220.26  ବଢୁଛି
  • ସୁରଜଗଡ଼ରେ ବର୍ତ୍ତମାନ ସ୍ଥିତି 197.75 ବଢୁଛି
  • ଓଡ଼ିଶା ଜମାଦାରପାଲିରେ ବର୍ତ୍ତମାନ ସ୍ଥିତି 188.29 ବଢୁଛି
  • ଦେଓଗାଁରେ ବର୍ତ୍ତମାନ ସ୍ଥିତି 126.46 ବଢୁଛି
  • ଖଇରମାଳରେ ବିପଦ ସଙ୍କେତ 109 ଥିବାବେଳେ ବର୍ତ୍ତମାନ ସ୍ଥିତି 104.86 ବଢୁଛି
  • ବୌଦ୍ଧରେ ବର୍ତ୍ତମାନ ସ୍ଥିତି 86.1 ବଢୁଛି
  • ଟିକରପଡାରେ ବର୍ତ୍ତମାନ ସ୍ଥିତି 64.77 ବଢୁଛି
  • ନରାଜରେ ବିପଦ ସଙ୍କେତ 26.41 ଥିବାବେଳେ ବର୍ତ୍ତମାନ ସ୍ଥିତି 24.19  ବଢୁଛି
Advertisment

ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଦିନ ୧୨ଟା ସୁଦ୍ଧା ଆଖୁଆପଦାରେ ବୈତରଣୀ ନଦୀରେ ଜଳସ୍ତର ୧୭.୮୮ ମିଟର ଥିଲା। ସେହିପରି  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ରହିଛି। ମଥାନୀ ଠାରେ ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଜଳ ଏବେ ୬.୦୨ ମିଟର ଉପରେ ପ୍ରବାହିତ ହେଉଛି।

Rain In Odisha Flood In Odisha Jalaka River Baitarani River
Advertisment
Advertisment