Advertisment

ଓଡ଼ିଶା ବନ୍ୟା ପାଇଁ ଛତିଶଗଡ଼ ଦାୟୀ: ବିଜେପି

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତ ମେ’ ମାସରେ ଯେତେବେଳେ ମହାନଦୀ ଶୁଖିଲା ପଡ଼ିଥିଲା, ସେତେବେଳେ ଛତିଶଗଡ଼କୁ ଅନୁରୋଧ ସତ୍ତ୍ୱେ ପାଣି ଛାଡ଼ିଲେ ନାହିଁ। ଏବେ ପାଣି ଅଧିକ ହେବାରୁ ଗେଟ୍ ଖୋଲି ଦିଆଯାଉଛି।

author-image
Rajalaxmi Sahoo
Odisha BJP Criticises Chhattisgarh Govt Over Flood Like Situation In Mahanadi

Odisha BJP Criticises Chhattisgarh Govt Over Flood Like Situation In Mahanadi

ମହାନଦୀରେ ବନ୍ୟା ପରିସ୍ଥିତି ନେଇ ଛତିଶଗଡ଼ ସରକାରଙ୍କୁ ଓଡ଼ିଶା ବିଜେପି ତୀବ୍ର ସମାଲୋଚନା କରିଛି। ଏହାସହ ଓଡ଼ିଶା ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛି ଦଳ। ମହାନଦୀର ଉପରମୁଣ୍ଡରେ ଥିବା ଡ୍ୟାମ ଗୁଡ଼ିକର ଗେଟ୍ ଛତିଶଗଡ଼ ସରକାର ଖୋଲି ଦେବାରୁ ହୀରାକୁଦ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଅମ୍ବାଭନା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।

Advertisment

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତ ମେ’ ମାସରେ ଯେତେବେଳେ ମହାନଦୀ ଶୁଖିଲା ପଡ଼ିଥିଲା, ସେତେବେଳେ ଛତିଶଗଡ଼କୁ ଅନୁରୋଧ ସତ୍ତ୍ୱେ ପାଣି ଛାଡ଼ିଲେ ନାହିଁ। ଏବେ ପାଣି ଅଧିକ ହେବାରୁ ଗେଟ୍ ଖୋଲି ଦିଆଯାଉଛି। ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ସମୀର ମହାନ୍ତିଙ୍କୁ ସମର୍ଥନ କରିଛନ୍ତି।

ବର୍ତ୍ତମାନ ସ୍ଥିତିରେ କ’ଣ ଆଲୋଚନା କରାଯିବ ? ବହୁବାର ଆଲୋଚନା ସତ୍ତ୍ୱେ ଛତିଶଗଡ଼ ଶୁଣିଲାନି। ବର୍ତ୍ତମାନ ପରିସ୍ଥିତିରେ କେବଳ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି ବୋଲି ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି।  

Advertisment
Rain In Odisha Flood In Odisha Weather In Odisha
Advertisment
Advertisment