ଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି। ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି।
ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି।
୩ ଦିନ ପୂର୍ବେ ବାପ, ପୁଅ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ ଫସି ଯାଇଥିଲେ।
ଆଗାମୀ ୨-୩ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି।
ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ।
ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।
ତିନି ଦିନ ଭୋକ ଉପାସରେ ଛଟପଟ ହେବା ପରେ କେମିତି ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଅସ୍ଥାୟୀ ଗୃହ ଓ ରୋଷେଇ ସ୍ଥଳ ।
ଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ସେପଟେ ଚିତ୍ରୋତ୍ପଳା ନଦୀର ପାଣି ଯୋଗୁଁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି ।
ସକାଳୁ ରାତି ଯାଏଁ ଅସମ୍ଭବ ଭିଡ଼ । ବନ୍ୟା ପାଣି ସହ ଜମୁଛି ସେଲ୍ଫି ସାଙ୍ଗସାଥୀ ସହ ମଜା କରୁଛନ୍ତି ସମସ୍ତେ । ନଦୀ କୂଳକୁ ଯାଇ ଫଟୋ ମଧ୍ୟ ଉଠାଉଛନ୍ତି ।
କାଲି ସନ୍ଧ୍ୟା ୬ଟାରୁ ୯ଟା ଭିତରେ ପିକ୍ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।
ହଜାର ହଜାର ଲୋକଙ୍କ ଉପସ୍ଥିତି ଯୋଗୁଁ ଉପୁଜୁଛି ଟ୍ରାଫିକ୍ ସମସ୍ୟା । ବନ୍ୟାବେଳେ ବ୍ରିଜ୍କୁ ନଯିବାକୁ ଲୋକଙ୍କୁ ଏସଆରସିଙ୍କ ପରାମର୍ଶ ।
ରାଜ୍ୟ ସରକାରଙ୍କ ଯୁକ୍ତି, ସ୍ଥିତି ଦେଖି ଗେଟ୍ ଖୋଲାଯାଉଛି । ଜଳ ପରିଚାଳନା ନେଇ ଓଡିଶା-ଛତିଶଗ଼ଡ ବୈଠକ ହେଉନି: SRC
କାଣି, କରାଣ୍ଡିଆ, ମକରା ନଦୀରେ ଘାଇ । ହଜାର ହଜାର ହେର ଚାଷଜମି ସହ ବହୁ ଗାଁ ଜଳମଗ୍ନ । ମହାନଦୀର ଉଛୁଳା ପାଣିରେ ଆଠଗଡ଼ ଓ ବାଙ୍କୀରେ ବ୍ୟାପକ କ୍ଷତି ।
ଦୁର୍ଦ୍ଦଶାରେ ଜୀବନ, ଚାଳ ଭାସୁଛି-ଚୁଲି ବୁଡ଼ିଛି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା ।
ବନ୍ୟା ଡର ଥିବାରୁ ଆସନ୍ତା ୨ରୁ ୩ଦିନ ଚିନ୍ତାଜନକ । ହୀରାକୁଦର ମୋଟ୍ ୪୦ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ବନ୍ୟା ପାଇଁ ୧୦ ଜିଲ୍ଲାକୁ ଆଲର୍ଟ । ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ କଲେ ବନ୍ୟା ସମୀକ୍ଷା ।
୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ବ୍ୟାକ୍ ୱାଟର ଯୋଗୁଁ କଛି ଜାଗାରେ ପାଣି ପଶିଛି
୧୦ଟି ଜିଲ୍ଲା ପ୍ରଭାବିତ ହେବ, ଜିଲ୍ଲାପାଳମାନେ ପଦକ୍ଷେପ ନିଅନ୍ତୁ, ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି ।
ହୀରାକୁଦ ଡ୍ୟାମ୍ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।
ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା।
କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।
ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ।
ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି।