Advertisment

ଫୁଲୁଛି ମହାନଦୀ ବଢୁଛି ଜଳସ୍ତର, ବନ୍ୟା ଆଶଙ୍କାରେ ନଈକୂଳିଆ ଲୋକେ

କୂଳ ଲଂଘୁଛି ମହାନଦୀ। ଜଳସ୍ତର ବଢିବାରେ ଲାଗିଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଭୟରେ ରହିଛନ୍ତି ନଈକୂଳିଆ ଲୋକେ। ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୁର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି।

author-image
Pramod Behera
Water level of river rising, the people are in danger of flooding

Water level of river rising, the people are in danger of flooding

ମହାନଦୀରେ ଆସୁଛି ବନ୍ୟା। ଆସନ୍ତାକାଲି ସକାଳେ କଟକ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ଏବେ ହୀରାକୁଦର ୩୦ଟି ଗେଟ୍ ଖୋଲାଯାଇ ବନ୍ୟା ପାଣି ଛଡ଼ା ଯାଉଛି, ତା’ ସହ ଛତିଶଗଡ଼ ଓ ଓଡ଼ିଶାରେ ବର୍ଷା ଲାଗି ରହିଥିବାରୁ ଆସନ୍ତା ୧୫ ତାରିଖରେ ଛୋଟଧରଣର ବନ୍ୟା ଆସିପାରେ ବୋଲି ସତର୍କ କରାଇଛି ଜଳ ସଂପଦ ବିଭାଗ।

Advertisment

ସେପଟେ ଉପରେ ମୁଣ୍ଡରେ ବନ୍ୟା ସ୍ଥିତି ଦେଖାଦେଇଥିବାରୁ ହୀରାକୁଦ ଡ୍ୟାମ୍‌ରୁ ଅଧିକ ପାଣି ଛାଡିବା ପାଇଁ ଓଡ଼ିଶା ଉପରେ ଚାପ ପକାଉଛି ଛତିଶଗଡ଼। ତେବେ ବନ୍ୟାଜଳ ପରିଚାଳନା କ୍ଷେତ୍ରରେ ଛତିଶଗଡ଼ ସହଯୋଗ କରୁ ନଥିବା ଅଭିଯୋଗ ଆଣିଛି ଓଡ଼ିଶା।

ମହାନଦୀର ଜଳସ୍ତର ବଢିବାରେ ଲାଗିଥିବାରୁ ବନ୍ୟା ଆଶଙ୍କାରେ ରହିଛନ୍ତି ନଈକୂଳିଆ ଲୋକେ। ହୀରାକୁଦ ଉପର ମୁଣ୍ଡ ଛତିଶଗଡ଼ର କଲ୍‌ମା ବ୍ୟାରେଜ୍ ନିକଟ ଚନ୍ଦରଗିରିରେ କୂଳ ଲଂଘୁଛି ମହାନଦୀ। ଏଣେ ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୁର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି।

Advertisment

ସାରା ରାଜ୍ୟରେ ବର୍ଷା, ବିଶେଷକରି ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ମହାନଦୀରେ ବନ୍ୟାଜଳ ବଢିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ ଅଧିକ ପାଣି ପଶୁଥିବାରୁ ଏବେ ୩୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡାଯାଉଛି। ଏନେଇ ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତା ଉପରେ ଚାଲିଛି ବନ୍ୟାପାଣି। ବୀରମହାରାଜପୁର-ଅମରପାଲିରର ରାସ୍ତାର ଘୁଂଘିଯୋର ଉପରେ ୪ ଫୁଟ ଉଚ୍ଚର ପାଣି ଚାଲିଥିବାରୁ ଯୋଗାଯୋଗ ବିଛନ୍ନ ହୋଇଛି।

ସେହିପରି ସୋନପୁର-ସମ୍ବଲପୁର ରାସ୍ତାର ମାଳତୀଜାର ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ସୋନପୁର-ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛନ୍ନ ହୋଇଛି। ବୀରମହାରାଜପୁର-ବିଜେପୁର ସେତୁରେ ବି ପହଞ୍ଚିଛି ବନ୍ୟାଜଳ। ହୀରାକୁଦ ଡ୍ୟାମ୍‌ରୁ ଖୋଲାଯାଉଥିବା ଗେଟ୍ ସଂଖ୍ୟା ବଢୁଥିବାରୁ ମହାନଦୀ ସିଷ୍ଟମ୍‌ରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଇଛି।

ଆସନ୍ତାକାଲି ସକାଳେ କଟକ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ଛୋଟ ବନ୍ୟା ଆସିପାରେ ବୋଲି ଜଳସଂପଦ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

ଏବେ ହୀରାକୁଦ ଉପର ମୁଣ୍ଡ ଅର୍ଥାତ ଛତିଶଗଡ଼ର ଚନ୍ଦରଗିରିଠାରେ ମହାନଦୀର କରାଳ ରୂପ ବିପଦ ସଙ୍କେତ ଉପରେ ଚାଲିଛି ପାଣି। ଗାଁ ଗଣ୍ଡା, ସହର ବଜାରରେ ପଶିଲାଣି ପାଣି। ଠିକ ଏହି ସମୟରେ ମହାନଦୀ ଜଳ ବିବାଦ ପୁଣି ଥରେ ସାମ୍ନାକୁ ଆସିଛି। ଜଳସଂପଦ ଅଧିକାରୀମାନେ ମଧ୍ୟ ଛତିଶଗଡ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ ରାଜ୍ୟ ଉପରେ ଚାପ ପକାଉଛନ୍ତି।

ତେବେ ଜଳ ନିୟନ୍ତ୍ରଣ ପାଇଁ ନା ସହଯୋଗ କରୁଛି, ନା ବାରମ୍ବାର ଜଣାଇବା ସତ୍ତ୍ୱେ ତଥ୍ୟ ଦେଉଛନ୍ତି। ତେଣୁ ବନ୍ୟା ନିୟନ୍ତ୍ରଣ କରିବାରେ ସମମ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ। ଚଳିତ ବର୍ଷ ମଧ୍ୟ ଏଯାଏଁ ଉଭୟ ରାଜ୍ୟରେ ମଧ୍ୟରେ ସମନ୍ୱୟ ବୈଠକ ବସି ପାରି ନାହିଁ। ବାରମ୍ବାର କହିବା ପରେ ଆସନ୍ତା ଅଗଷ୍ଟ ୨୩ରେ ବୈଠକ ହେବାର ସମ୍ଭାବନା ରହିଛି।

ସେପଟେ ବର୍ଷ ବର୍ଷ ଧରି ମହାନଦୀ ଜଳ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମଧାନ ହୋଇପାରୁନି। ଛତିଶଗଡ଼ ଅଣମୌମୁମୀ ସମୟରେ ପାଣିକୁ ଅଟକାଇବା ଓ ମୌସୁମୀ ସମୟରେ ପାଣି ଛାଡିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଏବେ ପ୍ରମାଣିତ ହୋଇଛି। ଏହାକୁ ନେଇ ପୁଣି ଥରେ ଆରୋପ ପ୍ରତ୍ୟୋରପ ଲାଗି ରହିଛି।

Rain In Odisha Flood In Odisha Baitarani River
Advertisment
Advertisment