ଯାଜପୁର: ପ୍ରୀତିରଞ୍ଜନ ପାତ୍ରଙ୍କୁ ଦେଶ ଲାଗି ଗୌରବ ଆଣିବା ସହ ଅନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ଲାଗି ମିଳିଛି ସୁଯୋଗ। ହେଲେ ଅର୍ଥ ତାଙ୍କ ପାଇଁ ବାଧକ ସାଜିଛି। ପାଖରେ ଅର୍ଥ ନଥିବାରୁ କେମିତି ଖେଳରେ ଭାଗ ନେବ ସେଥିପାଇଁ ଚିନ୍ତାରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ପାଇକରାପୁର ଗାଁର ପ୍ରୀତିରଞ୍ଜନ ପାତ୍ର। ଥାଇଲାଣ୍ଡର ପଟାୟା ଠାରେ ହେବାକୁ ଥିବା କିଂକ୍ ବକ୍ସିଂ ପ୍ରତିଯୋଗିତା ଲାଗି ମନୋନିତ ହୋଇଛନ୍ତି ପ୍ରୀତିରଞ୍ଜନ। ଆସନ୍ତା ମାର୍ଚ୍ଚ 7 […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦। ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୟୁନିଭର୍ସିଟିରେ ଗେମ୍ସ ପାଇଁ ଉଭୟ ଭୁବନେଶ୍ୱର ଓ କଟକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି କଟକ ଇଣ୍ଡୋର ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ ଉଭୟ ବଲିଉଡ ଓ ଓଲିଉଡର କଣ୍ଠଶିଳ୍ପୀ ଏବଂ ଡ୍ୟାନ୍ସ ଗ୍ରୁପ। ଭୁବନେଶ୍ୱରର […]
ଭୁବନେଶ୍ୱର: ରଣଜୀ ଟ୍ରଫି କ୍ୱାର୍ଟରେ ପହଞ୍ଚିଲା ଓଡ଼ିଶା ଟିମ୍। ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର କରି ଦଳ ଏହି ସଫଳତା ପାଇଛି। ଏଥର ପୂରା ରଣଜୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଓଡ଼ିଶା ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଲିଟ୍ ଗ୍ରୁପ ସି ରୁ ଦୁଇଟି ଟିମ୍ ରଣଜୀ କ୍ୱାର୍ଟର ଫାଇନାଲ ଖେଳିବେ। ସେହି ଦୁଇଟି ଟିମ୍ ହେଲେ ଓଡ଼ିଶା ଓ ଜାମ୍ମୁ କାଶ୍ମୀର। ରଣଜୀ ଟୁର୍ଣ୍ଣାମେଣ୍ଟ ସାରା ଏଥର ଚିତାକର୍ଷକ ପ୍ରଦର୍ଶନ କରିଛି ଓଡ଼ିଶା। […]
ଭୁବନେଶ୍ୱର : ରାଜଗାଙ୍ଗପୁର ରେଙ୍ଗାଲବାହାରର ଜାତୀୟ ପୁଲିସ୍ ହକି ଖେଳାଳି ଗ୍ରାବିଏଲ ଖାକା (୫୪)ଙ୍କ କର୍କଟ ଜନିତ ରୋଗରେ ଶୁକ୍ରବାର ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ପରଲୋକ ହୋଇଛି। ଗ୍ରାବିଏଲଙ୍କ ଦେହାନ୍ତ ସମୟରେ ତାଙ୍କ ପାଖରେ ତାଙ୍କର ସ୍ତ୍ରୀ ଓ ପୁଅ ଏବଂ ଝିଅ ଉପସ୍ଥିତ ଥିଲେ। ଗାବ୍ରିଏଲ୍ ଜଣାଶୁଣା ହକି ଅଲିମ୍ପିୟାନ ୱିଲିୟମ ଖାଲକୋଙ୍କ କକା ଅଟନ୍ତି। ଗ୍ରାବିଏଲ ଓଡ଼ିଶା ତଥା ରାଉରକେଲା ରିଜର୍ଭ ପୁଲିସରେ ଚାକିରି କରୁଥିଲେ। ସେ ଜଣେ ମିଷ୍ଟ ଭାସି ଓ ସରଳ […]
ସିଡନୀ: ଅଷ୍ଟ୍ରେଲିଆକୁ ୨୦୧୫ରେ ବିଶ୍ୱ ଚାମ୍ପିୟନ୍ କରାଇଥିବା ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କଙ୍କ ବ୍ୟକ୍ତିଗତ ଜୀବନ କିଛି ଠିକ୍ ଚାଲିନାହିଁ । କ୍ଲାର୍କଙ୍କର ନିଜ ପତ୍ନୀ କାୟଲିଙ୍କ ସହ ଛାଡ଼ପତ୍ର ହୋଇଛି। ଖୋଦ୍ କ୍ଲାର୍କ ଏହି ସୂଚନା ଦେଇଛନ୍ତି। କ୍ଲାର୍କ ୭ ବର୍ଷ ପୂର୍ବେ କାୟଲିଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ତେବେ କିଛି ଦିନ ହେବ ଦୁହିଁଙ୍କ ସମ୍ପର୍କରେ ଫାଟ ଦେଖା ଦେଇଛି ଏବଂ କ୍ଲାର୍କ ୫ମାସ ହେବ ନିଜ […]
ଦୁବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ୱିକେଟଲେସ ରହିବା ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ବୁମ୍ରା ତଳକୁ ଖସିଯାଇଛନ୍ତି। ଦୀର୍ଘ ଦିନ ହେଲାଣି ନିଜର ବୋଲିଂ ଦକ୍ଷତା ପାଇଁ ବୁମ୍ରା ଆଇସିସି ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ରହିଥିଲେ। ହେଲେ ଏବେ ତାଙ୍କୁ ତଳକୁ ଖସିବାକୁ ପଡ଼ିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୂର୍ବଭଳି ଦିନିକିଆ ବ୍ୟାଟିଂ […]
ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି–୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ ଭିତରେ ଟି–୨୦ କ୍ରିକେଟକୁ ଅଲବିଦା କହିପାରନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ଆଲାନ୍ ବର୍ଡର ପଦକ ଜିତିବା ପରେ ୱାର୍ଣ୍ଣର ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୮ରେ […]
ପୋଚେଫଷ୍ଟ୍ରୁମ୍: ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍ରେ ବାଂଲାଦେଶର ଲଢ଼ୁଆ ବୋଲିଂକୁ ସାମ୍ନା କରିପାରିଲାନି ଭାରତ। କେବଳ ଯଶସ୍ୱୀ ଜୈଶ୍ୱାଲ୍ ଲଢ଼ୁଆ ଇନିଂସ ଖେଳି ୮୮ ରନ୍ର ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର୍ କରିପାରି ନଥିଲେ। ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି […]
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଅଲ୍ରାଉଣ୍ଡର୍ ଆଲିଶ ପେରୀଙ୍କ ଚ୍ୟାଲେଞ୍ଜ୍ ପାଇ ଦୀର୍ଘ ସାଢ଼େ ୫ ବର୍ଷ ପରେ ପୁଣିଥରେ ପଡ଼ିଆକୁ ଓହ୍ଲାଇଲେ କ୍ରିକେଟ୍ ଗଡ୍ ସଚିନ୍ ତେନ୍ଦୁଲକର। ଡାକ୍ତରଙ୍କ ବାରଣ ସତ୍ତ୍ୱେ ବ୍ୟାଟିଂ ଆହ୍ୱାନ୍କୁ ସ୍ୱୀକାର କରିବା ସହିତ ପେରୀଙ୍କ ପ୍ରଥମ ବଲ୍ରେ ହିଁ ୪ ମାରିଥିଲେ ସଚିନ୍। ପୂରା ଘଟଣା ଥିଲା ଏମିତି… ଜଙ୍ଗଲ ନିଆଁରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ସହାୟତା ପାଇଁ ମେଲବୋର୍ଣ୍ଣର ଓଭାଲ୍ ଜଙ୍ଗସନ୍ରେ ଏକ ଚାରିଟି ମ୍ୟାଚ୍ର […]
କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାସିର୍ ଜାମଶେଦଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ସ୍ପଟ୍ ଫିକ୍ସିଂରେ ଲିପ୍ତ ହେବା ଅଭିଯୋଗରେ ୧୭ମାସର ଜେଲ୍ ଦଣ୍ଡାଦେଶ ମିଳିଛି। ଜାମଶେଦଙ୍କୁ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା। ସେ ଆରମ୍ଭରୁ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଉପରେ ୨୦୧୮ରେ ପିଏସଏଲରେ ଇସଲାମାବାଦ ୟୁନାଇଟେଡ୍ ଓ ପେଶାୱର ଜାଲମୀ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଖେଳାଳିଙ୍କୁ ଜାଣିଶୁଣି ଖରାପ […]
ଅକଲ୍ୟାଣ୍ଡ୍: ନ୍ୟୁଜିଲ୍ୟାଣ୍ଡ ସହିତ ଖେଳାଯାଉଥିବା ଏକଦିବସୀୟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବି ହାରିଲା ଟିମ୍ ଇଣ୍ଡିଆ। କେବଳ ମ୍ୟାଚ୍ ନୁହେଁ ଆଜି ସିରିଜ୍ ବି ହାରିଯାଇଛି ଭାରତ। ପ୍ରଥମ ମ୍ୟାଚରେ ବୋଲରଙ୍କ ଖରାପ ପ୍ରଦର୍ଶନ, ଆଉ ଆଜିର ମ୍ୟାଚ୍ରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଭାରତ ଏକ ଦିବସୀୟ ସିରିଜ୍ ହାରିଯାଇଛି। ଆଜି ନ୍ୟୁଜିଲ୍ୟାଣ୍ଡ୍ ଠାରୁ ୨୨ ରନରେ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ରେ ପରାସ୍ତ ମଧ୍ୟ […]
ମେଲବର୍ଣ୍ଣ: ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଭାରତୀୟ ମହିଳା ଟିମ୍ ଚଳିତ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। ଶନିବାର ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ଉଜ୍ଜୀବିତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ୍ କାଟିବାକୁ ହେଲେ ପରବର୍ତ୍ତୀ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ଯଦି ଏହି ମ୍ୟାଚରେ ଅଷ୍ଟ୍ରେଲିଆ ହାରିଯାଏ, ତାହେଲେ ଭାରତ ଫାଇନାଲରେ […]
ଅକଲ୍ୟାଣ୍ଡ୍: ନ୍ୟୁଜିଲ୍ୟାଣ୍ଡ୍ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ ଅକ୍ଲ୍ୟାଣ୍ଡ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍ କ୍ଷେତ୍ରରେ ଟେଲର ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଆଜି ମ୍ୟାଚ୍ରେ ଟେଲର୍ ଅପରାଜିତ ୭୩ ରନର ଇନିଂସ୍ ଖେଳି ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍ର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ […]
ପୋଚେଫଷ୍ଟ୍ରୁମ୍: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେବେ ପ୍ରଥମ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୪୩.୧ ଓଭରରେ ୧୭୨ ରନ୍ କରି ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ କ୍ୟାପଟେନ୍ ରୋହେଲ୍ ନାଜିରଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ। ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୧୭୩ ରନ୍ କରିବାକୁ ପଡ଼ିବ। […]
ଟୋକିଓ ଅଲିମ୍ପିକ୍ସ୨୦୨୦ର ୨ୟ ଦିନରେ ସ୍ୱର୍ଣ୍ଣ ପଦକ ହାତେଇଲା ଚୀନ। ଅନ୍ୟପକ୍ଷେ ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତାହାର ଅଭିଯାନ ଆରମ୍ଭ କରିଛି।
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏହି ୧୬ ଜଣିଆ ଟେଷ୍ଟ ସ୍କ୍ୱାଡରେ ଦଳକୁ ଫେରିଛନ୍ତି ୟଙ୍ଗ୍ ସେନ୍ସେସନ୍ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ। ରୋହିତ ଶର୍ମା ଆହତ ହୋଇ ଓଡିଆଇ ଓ ଟେଷ୍ଟ୍ ସିରିଜ୍ରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ପୃଥ୍ୱୀଙ୍କୁ ସ୍ଥାନ ମିଳିଛି। India’s Test squad: Virat (Capt), Mayank, Prithvi Shaw, Shubman, Pujara, Ajinkya Rahane (vc), Hanuma Vihari, Wriddhiman […]
ଦୁବାଇ: ପୁଣି ମନ୍ଥର ବୋଲିଂ ପାଇଁ ଭାରତୀୟ ଟିମ୍ ଉପରେ ଜୋରିମାନା ଲାଗିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଭାରତୀୟ କ୍ରିକେଟ୍ ଟିମ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଜୋରିମାନା ଲଗାଇଛନ୍ତି। ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ପକାଇଥିଲା। ଫିଲ୍ଡ ଅମ୍ପାୟାର କ୍ରିସ୍ ବ୍ରାଉନ୍ ଓ ଶନ୍ ହେଗ୍ ଏବଂ ତୃତୀୟ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। ସୀମିତ ଓଭର କ୍ରିକେଟ୍ ଟିମର ଭାଇସ୍-କ୍ୟାପଟେନ୍ ରୋହିତ୍ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ରୋହିତଙ୍କ ଗୋଡ଼ର ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଚାଲିକାରେ କଷ୍ଟ ହୋଇଥିଲା। ଏହା ପରେ ସେ ବ୍ୟକ୍ତିଗତ ୬୦ ରନ୍ କରିଥିବା […]
ମୋନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍ରେ ପରାସ୍ତ ହୋଇଛନ୍ତି ।
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ସାମ୍ ଫେନିଙ୍ଗ୍ ଭାରତୀୟ ପେସ୍ ବୋଲର ଆକାଶ ସିଂଙ୍କୁ କହୁଣୀ ମାରିଥିଲେ ଏବଂ ଏହି କାରଣରୁ ଆଇସିସି ଦଣ୍ଡସ୍ୱରୂପ ତାଙ୍କ (ଫେନିଙ୍ଗ) ଖାତାରେ ଦୁଇ ଡିମେରିଟ୍ ପଏଣ୍ଟ ଯୋଡ଼ିଛି। ଏ ନେଇ ଆଇସିସି ପକ୍ଷରୁ […]
ହାମିଲଟନ୍: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ […]
ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି ।
ଖେଳ ମହାକୁମ୍ଭ। ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି।
ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନ (୨୪ ଜୁଲାଇ) । ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପାଇଁ ପଦକ ଖାତା ଖୋଲିବାର ଏକ ଭଲ ସୁଯୋଗ ରହିଛି ।
ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲିମ୍ପିକ୍ ପଦକ ଉପହାର ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ ।