ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଅପରାହ୍ଣରେ ପ୍ରମୋଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।
ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ । ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଜବରଦସ୍ତ ପ୍ରଦର୍ଶନ କରି ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରବିବାର ଦିନ ସେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ SH୬ ଫାଇନାଲରେ ହଂକଂର ଚୁ ମାନ୍ କୋଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ ରେ ପରାସ୍ତ କରିଛନ୍ତି
ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟାଥିରାଜ ଇତିହାସ ସୃଷ୍ଟି କରିଛନ୍ତି । ଏସଏଲ୍-୪ ବର୍ଗର ଫାଇନାଲରେ ସୁହାସ୍ ୟାଥିରାଜ ଫ୍ରାନ୍ସର ଲୁକାସ ମାଜୁରଙ୍କ ଠାରୁ ପରାଜିତ ହେବା ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଲୁକାସ ମାଜୁର ସୁହାସଙ୍କୁ ୧୫-୨୧, ୧୭-୨୧, ୧୫-୨୧ରେ ପରାସ୍ତ କରିଛନ୍ତି ।
ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର । ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି ।
ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗବତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ ପ୍ରମୋଦ ଭଗତ ଜାପାନରେ ଫୁଜିହାରାକୁ ୨-୦ ରେ ପରାସ୍ତ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ୨୧-୧୧, ୨୧ ବିଜୟ ହାସଲ କରିଛନ୍ତି
ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଆଣିଲେ ଶୁଟର ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଥିଲେ ଅବନୀ ।
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲଙ୍କୁ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ସ୍ୱର୍ଣ୍ଣ ପଦକ । ୬୮.୫୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ ।
ଜାଭଲିନ୍ ଥ୍ରୋରେ ଦେବେନ୍ଦ୍ର ଓ ସୁନ୍ଦରଙ୍କ କମାଲ୍ । ଟୋକିଓ ପାରାଲିମ୍ପିକ୍ସରେ ଦେବେନ୍ଦ୍ର ଝାଝାରିଆ ଏବଂ ସୁନ୍ଦର ସିଂ ଗୁର୍ଜର ଜାଭେଲିନ୍ ଥ୍ରୋ (F46 ବର୍ଗ)ରେ ଭଲ ପ୍ରଦର୍ଶନ କରି ଭାରତ ଝୋଲିରେ ଦେଇଛନ୍ତି ଆଉ ଦୁଇଟି ପଦକ ।