• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଆଣିଲେ ଶୁଟର ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଥିଲେ ଅବନୀ । ପାରା ଅଲିମ୍ପିକ୍ସରେ ଦୁଇ ଦୁଇଟି ପଦକ ଜିତିବାରେ ସେ ଭାରତର ପ୍ରଥମ ମହିଳା ।

ସେହିପରି ହାଇଜମ୍ପରେ ପ୍ରବୀଣ କୁମାରଙ୍କୁ ମିଳିଛି ରୌପ୍ୟ ପଦକ । ହାଇଜମ୍ପ T-64ରେ ସେ ୨ ମିଟର ୭ ସେମି ଅତିକ୍ରମ କରି ଏହି ସଫଳତା ପାଇଛନ୍ତି । ପ୍ରବୀଣ କୁମାର ରୌପ୍ୟ ପଦକ ପାଇବା ସହ ଏସିଆନ୍ ରେକର୍ଡ ମଧ୍ୟ କରିଛନ୍ତି । ସେପଟେ ତୀରନ୍ଦାଜରେ ହରବିନ୍ଦର ସିଂଙ୍କୁ ମିଳିଛି ବ୍ରୋଞ୍ଜ୍ ପଦକ ପାରା ଅଲିମ୍ପିକରେ ଭାରତକୁ ଆର୍ଚେରୀରେ ଏହା ପ୍ରଥମ ପଦକ । ଏଥିସହ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ତେବେ ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି।  ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ । ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି ।

ମ୍ୟାଚରେ ଅବନୀ ଚତୁର୍ଥ ସ୍ଥାନରେ ଥିଲେ । କିନ୍ତୁ ଏହା ପରେ ସେ ଚମତ୍କାର ପ୍ରଦର୍ଶନ କରି ୧୦.୫ ସଟ୍ ଲଗାଇଥିଲେ, ଯାହାଦ୍ୱାରା ତାଙ୍କର ସ୍କୋର ୪୪୫.୯ ହୋଇଥିଲା । ଏହି ମାର୍କ ତାଙ୍କୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲା । ତାଙ୍କ ପଛରେ ଥିଲେ ୟୁକ୍ରେନର ଇରିନା ଶେତନିକ୍, ଯିଏ ୪୩୫.୩ ସ୍କୋର ସହ ଚତୁର୍ଥରେ ରହିଛନ୍ତି ।