• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବ୍ୟାଡମିଣ୍ଟନ ଏସଏଲ୍-୪ ବର୍ଗର ଫାଇନାଲରେ ହାରି ସୁହାସ ୟାଥିରାଜଙ୍କୁ ରୌପ୍ୟ

  • କଡ଼ା ମୁକାବିଲାରେ ୧୫-୨୧, ୧୭-୨୧, ୧୫-୨୧ରେ ହାରିଲେ

ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସୁହାସ୍ ୟାଥିରାଜ ଇତିହାସ ସୃଷ୍ଟି କରିଛନ୍ତି । ଏସଏଲ୍-୪ ବର୍ଗର ଫାଇନାଲରେ ସୁହାସ୍ ୟାଥିରାଜ ଫ୍ରାନ୍ସର ଲୁକାସ ମାଜୁରଙ୍କ ଠାରୁ ପରାଜିତ ହେବା ପରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଲୁକାସ ମାଜୁର ସୁହାସଙ୍କୁ ୧୫-୨୧, ୧୭-୨୧, ୧୫-୨୧ରେ ପରାସ୍ତ କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ଏହା ଭାରତର ତୃତୀୟ ପଦକ । ଗୌତମ ବୁଦ୍ଧ ନାଗର (ନୋଏଡା)ର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ସୁହାସ୍ ପାରାଲିମ୍ପିକ୍ ଗେମରେ ପଦକ ଜିତିଥିବା ପ୍ରଥମ ଆଇଏଏସ୍ ଅଧିକାରୀ ହୋଇଛନ୍ତି । ଏହାପୂର୍ବରୁ ଶନିବାର ଦିନ ଭାରତୀୟ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ୍-୪ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ପ୍ରମୋଦ ଭଗତଙ୍କ ବ୍ୟତୀତ ଭାରତର ମନୋଜ ସରକାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସୁହାସ ୟାଥିରାଜ ରୌପ୍ୟ ଜିତିବା ପରେ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଏହାସହ ପଦକ ତାଲିକାରେ ଭାରତ ୨୬ ତମ ସ୍ଥାନରେ ରହିଛି । ଭାରତ ଏପର୍ଯ୍ୟନ୍ତ ୪ ଟି ସ୍ୱର୍ଣ୍ଣ, ଆଠଟି ରୌପ୍ୟ ଏବଂ ଛଅଟି ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତ ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ୫ ଏବଂ ବ୍ୟାଡମିଣ୍ଟନରେ ତିନୋଟି ପଦକ ଜିତିଛି ।

ସେପଟେ ପାରାଲିମ୍ପିକ୍ସର ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି ତରୁଣ ଧିଲନ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସଏଲ-୪ ବର୍ଗରେ ତରୁଣ ନିରାଶ କରିଛନ୍ତି । ଇଣ୍ଡୋନେସିଆର ସେତିୱାନନଙ୍କ ଠାରୁ ୧୭-୨୧, ୧୧-୨୧ରେ ହାରିଛନ୍ତି ତରୁଣ ଧିଲନ ।

ସେହିପରି ଆଜି ଶେଷ ହେବ ଟୋକିଓ ପାରାଲିମ୍ପିକ୍ସ । ଭାରତ ତରଫରୁ କ୍ଲୋଜିଂ ସେରିମନିରେ ପତାକା ଧରିବେ ସୁଟର ଅବନୀ ଲେଖରା । ଭାରତୀୟ କଣ୍ଟିଜେଣ୍ଟର ୧୧ ଜଣ ସଦସ୍ୟ ଏହି ଉଦଯାପନୀ ସମାରୋହରେ ଭାଗନେବେ । ଭାରତୀୟ କଣ୍ଟିଜେଣ୍ଟରେ ପତାକା ଧରିବାକୁ ଥିବା ଅବନୀ ଏଥର ପାରା ଅଲିମ୍ପିକ୍ସ ଡେବ୍ୟୁରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଗତକାଲି ଓଡ଼ିଇା ଖେଳାଳି ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ମିକ୍ସଡ ଡବଲସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍ ପାଇଁ ନିଜ ପାର୍ଟନର ପଲକ୍ କୋହଲିଙ୍କ ସହ କୋର୍ଟକୁ ଓହ୍ଲାଇବେ ।