Advertisment

ସ୍ୱର୍ଣ୍ଣ ପରେ ଭାରତକୁ ବ୍ରୋଞ୍ଚ୍‌ ଦେଲେ ଅବନୀ

ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।

author-image
Chandan Shishu
Avani Lekhra

Avani Lekhra

ଟୋକିଓ: ପାରାଲିମ୍ପିକ୍ସରେ ପୁଣି ପଦକ ଜିତିଲେ ଅବନୀ ଲେଖରା। ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।  ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏବେ ବ୍ରୋଞ୍ଜ ପଦକ ଜିତି ଅବନୀ ଆଉଏକ ଇତିହାସ ରଚିଛନ୍ତି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।

Advertisment

ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।

Advertisment

ମ୍ୟାଚରେ ଅବନୀ ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ ଏହା ପରେ ସେ ଚମତ୍କାର ପ୍ରଦର୍ଶନ କରି ୧୦.୫ ଶଟ୍ ଲଗାଇଥିଲେ, ଯାହାଦ୍ୱାରା ତାଙ୍କର ସ୍କୋର ୪୪୫.୯ ହୋଇଥିଲା। ଏହି ମାର୍କ ତାଙ୍କୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲା। ତାଙ୍କ ପଛରେ ଥିଲେ ୟୁକ୍ରେନର ଇରିନା ଶେତନିକ୍, ଯିଏ ୪୩୫.୩ ସ୍କୋର ସହ ଚତୁର୍ଥରେ ରହିଛନ୍ତି।

ସେହିପରି ପ୍ରବୀଣ କୁମାରଙ୍କୁ ରୌପ୍ୟ ପଦକ ପାଇଛନ୍ତି। ହାଇଜମ୍ପ ଟି ୬୪ରେ ସେ ୨ ମିଟର ୭ସେମି ଅତିକ୍ରମ କରି ଏହି ସଫଳତା ପାଇଛନ୍ତି ପ୍ରବୀଣ କୁମାର। ରୌପ୍ୟ ପଦକ ପାଇବା ସହ ଏସିଆନ୍ ରେକର୍ଡ ମଧ୍ୟ କରିଛନ୍ତି। ଏଥିସହ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

India News Avani Lekhara
Advertisment
Advertisment