Pramod Bhagat Returns Odisha
ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଆଜି ଅପରାହ୍ଣରେ ପ୍ରମୋଦ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରମୋଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କ୍ରୀଡା ମନ୍ତ୍ରୀ ଓ ସଚିବ, ଓଡ଼ିଶା ପାରାଲିମ୍ପିକସର ଆଥଲେଟ, ପ୍ରମୋଦଙ୍କ କୋଚ ଶିବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହାପରେ ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଗାଡ଼ିରେ ଶୋଭା ଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇଛି।
ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେବେ। ପୂର୍ବ ଘୋଷଣା ଅନୁଯାୟୀ, ପ୍ରମୋଦଙ୍କୁ ୬ କୋଟି ଟଙ୍କା ଆର୍ଥିକ ପୁରସ୍କାର ସହ କ୍ଲାସ ୱାନ୍ ନିଯୁକ୍ତି ମିଳିବ। ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ପ୍ରମୋଦ।
Also Read
ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସେ ସ୍ୱର୍ଣ୍ଣ ଜିତିଥିଲେ। ଟୋକିଓ ପାରା ଅଲିମ୍ପିକରେ ବ୍ୟାଡ୍ମିଣ୍ଟନରେ ସ୍ୱର୍ଣ୍ଣ ଆଣି ଖାଲି ରାଜ୍ୟବାସୀଙ୍କ ମୁହଁରେ ହସ ନୁହେଁ, ପୁରା ଦେଶର ନାଁକୁ ଉଜ୍ୱଳମୟ କରିଛନ୍ତି ଓଡିଶାର ଉଦୀୟମାନ ପାରା ଆଥଲେଟ୍ ପ୍ରମୋଦ ଭଗତ। ତେବେ ପ୍ରମୋଦଙ୍କ ଏ ସଫଳତା ରାତି ଅଧିଆ ନୁହେଁ, ଅଲିମ୍ପିକ୍ସରେ ପଦକଟିଏ ପାଇଁ ଦୀର୍ଘ ୧୫ ବର୍ଷ ତଳୁ ଆରମ୍ଭ ହୋଇଥିଲା ସଂଘର୍ଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)