• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ

  • ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ କୃଷ୍ଣା ହାସଲ କଲେ ପଦକ

ନୂଆଦିଲ୍ଲୀ : ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ । ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନାଗର । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଜବରଦସ୍ତ ପ୍ରଦର୍ଶନ କରି ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରବିବାର ଦିନ ସେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ SH୬ ଫାଇନାଲରେ ହଂକଂର ଚୁ ମାନ୍ କାଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ ରେ ପରାସ୍ତ କରିଛନ୍ତି । କୃଷ୍ଣ ନାଗର ମାତ୍ର ୪୩ ମିନିଟରେ ଏହି ମ୍ୟାଚ୍ ଜିତିଛନ୍ତି । ଏହା ସହ ପାରାଲିମ୍ପିକ ବ୍ୟାଡମିଣ୍ଟନ ଇଭେଣ୍ଟରେ ପ୍ରମୋଦ ଭଗବ ପରେ କୃଷ୍ଣ ନାଗର ମଧ୍ୟ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି ।

ଐତିହାସିକ ବିଜୟ ସହିତ କୃଷ୍ଣ ନାଗର ଚୁ ମାନ୍ କାଇଙ୍କ ବିପକ୍ଷରେ ନିଜ ରେକର୍ଡକୁ ୩-୧ କରି ନେଇଛନ୍ତି । ଏହାପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳାଯାଇଥିଲା, ସେଥିମଧ୍ୟରୁ ଦୁଇଟି ମ୍ୟାଚ୍ ଜିତିଥିଲେ କୃଷ୍ଣ ନାଗର । ଅନ୍ୟପଟେ ଗୋଟିଏ ମ୍ୟାଚ ଜିତିଥିଲେ ଚୁ ମାନ୍ କାଇ । SL ବର୍ଗରେ ଛିଡ଼ା ହୋଇ ପାରୁନଥିବା ଖେଳାଳି ଭାଗ ନିଅନ୍ତି ।

ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । କୃଷ୍ଣ ନାଗର ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି । ଶନିବାର ଦିନ ବ୍ୟାଡମିଣ୍ଟନରେ ହିଁ ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଚତୁର୍ଥ ସ୍ୱର୍ଣ୍ଣ ହାସଲ କରିଥିଲେ । ଏହାପୂର୍ବରୁ ମନୀଷ ନରୱାଲ (ପୁରୁଷ ୫୦ ମିଟର ପିସ୍ତଲ SH1), ଅବାନୀ ଲାଖେରା (ମହିଳା 10 ମିଟର ଏୟାର ରାଇଫଲ SH1) ଏବଂ ସୁମିତ ଆଣ୍ଟିଲ (ପୁରୁଷ ଜାଭେଲିନ୍ ଥ୍ରୋ F64)ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଭାରତରେ ବର୍ତ୍ତମାନ ସୁଦ୍ଧା ୫ ଟି ସ୍ୱର୍ଣ୍ଣ, ୮ ଟି ରୌ ପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ଅଛି । ପାରାଲିମ୍ପିକ୍ସ ଇତିହାସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ । ରିଓ ପାରାଲିମ୍ପିକ୍ସରେ (୨୦୧୬) ଭାରତ ୨ ଟି ସ୍ୱର୍ଣ୍ଣ ସମେତ ୪ ଟି ପଦକ ହାସଲ କରିଥିଲା ।