Advertisment

ଟି-୨୦ ଅଧିନାୟକ ପଦ ଛାଡ଼ିବେ ବିରାଟ

ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Virat Kohli

Virat Kohli

ନୂଆଦିଲ୍ଲୀ: ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି। ଅଧିକ ଖେଳ ଚାପ ଯୋଗୁଁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଦିନିକିଆ ଓ ଟେଷ୍ଟ ପାଇଁ ଅଧିକ ସମୟ ଦେବାକୁ ନିଷ୍ପତ୍ତି ହୋଇଛି। ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଛି। ୩ଟି ଫର୍ମାଟରେ ଅଧିନାୟକ ଥିବାରୁ ଅଧିକ ଚାପ ପଡୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

Advertisment

ଏନେଇ ନିକଟରେ ଏକ ରିପୋର୍ଟରେ ଖବର ପ୍ରକାଶିତ ହୋଇଥିଲା। ରିପୋର୍ଟରେ କୁହାଯାଇଛି, ବିରାଟ୍ ଅନୁଭୂତ କରିସାରିଛନ୍ତି ଯେ ସବୁ ଫର୍ମାଟରେ କ୍ୟାପଟେନ୍ ହେବା ଦ୍ୱାରା ତାଙ୍କର ବ୍ୟାଟିଂ ଉପରେ ପ୍ରଭାବ ପଡ଼ୁଛି। ତାଙ୍କୁ ଏବେ ସ୍ପେଶ୍ ଓ ଫ୍ରେସନେଶର ଆବଶ୍ୟକ ରହିଛି, କାରଣ ଟିମକୁ ଦେବା ପାଇଁ ତାଙ୍କ ପାଖରେ ଏବେବି ବହୁତ କିଛି ବାକି ରହିଛି। ଯଦି ରୋହିତ୍ ସୀମିତ ଓଭର ପାଇଁ କ୍ୟାପଟେନ୍ ଦାୟିତ୍ୱ ବହନ କରନ୍ତି, ତାହେଲେ ବିରାଟ ଟେଷ୍ଟରେ ଭାରତର ନେତୃତ୍ୱ ନେବା ଜାରି ରଖିପାରନ୍ତି ଏବଂ ଟି-୨୦ ଓ ଦିନିକିଆରେ ନିଜ ବ୍ୟାଟିଂ ଉପରେ ଫୋକସ୍ କରିପାରିବେ। ବିରାଟଙ୍କୁ ଏବେ ମାତ୍ର ୩୨ ବର୍ଷ ଏବଂ ତାଙ୍କ ଫିଟନେସକୁ ଦେଖି କୁହାଯାଇପାରିବ ଯେ ସେ ଅତି କମରେ ଆଉ ୫-୬ ବର୍ଷ କ୍ରିକେଟ୍ ଖେଳିପାରିବେ।

Advertisment

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟରେ ଆହୁରି କହିଛି, ରୋହିତ୍ ଶର୍ମା ପାଞ୍ଚଥର ଆଇପିଏଲ୍ ଟ୍ରଫି ଜିତିଛନ୍ତି। ଏହାଛଡ଼ା ଟି-୨୦ କ୍ୟାପଟେନ୍ ଭାବେ ତାଙ୍କର ଜବରଦସ୍ତ ରେକର୍ଡ ରହିଛି। ଯଦି ରୋହିତ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ଭାର ସମ୍ଭାଳନ୍ତି, ତାହେଲେ ଏହାହିଁ ଉପଯୁକ୍ତ ସମୟ। ସେମିତି ଦେଖିବାକୁ ଗଲେ ଯଦି ରୋହିତ ଅଧିନାୟକ ହୁଅନ୍ତି, ତାହେଲେ ଏହା ଭାରତୀୟ ଟିମ୍ ପାଇଁ ଫାଇଦା ହେବ। କାରଣ ରୋହିତ ଓ ବିରାଟଙ୍କର ପରସ୍ପର ସହିତ ଭଲ ତାଳମେଳ ରହିଛି।

T-20 India News Cricket BCCI
Advertisment
Advertisment