Advertisment

ପାରାଲିମ୍ପିକ୍ସରେ ଇତିହାସ ରଚିଲା ଭାରତ: ୧୯ ଟି ପଦକ ଆଣିଲେ ଆଥ୍‌ଲେଟ୍‌

ପାରାଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୋକିଓରେ ଭାରତୀୟ ଖେଳାଳି ଦେଶ ପାଇଁ ଜିତିଛନ୍ତି ୧୯ ଟି ପଦକ। ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ସହ ୨୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ।

author-image
Sarbeswar
Paralympic

Paralympic

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୋକିଓରେ ଭାରତୀୟ ଖେଳାଳି ଦେଶ ପାଇଁ ଜିତିଛନ୍ତି ୧୯ ଟି ପଦକ। ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ସହ ୨୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ। ଆଜି ପ୍ରତିଯୋଗୀତାର ଉଦଯାପନୀ ସମାରୋହ ରହିଛି। ଏଥିରେ ଭାରତ ପକ୍ଷରୁ ସୁଟର ଅବନୀ ଲେଖାରା ପତାକା ଧରିବେ। ପାରିଲିମ୍ପିକ୍ସର ଶେଷ ଦିନରେ ବ୍ୟାଡମିଣ୍ଟନରେ ହଂକଂ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣିମ ସଫଳତା ଆଣିଥିଲେ କ୍ରିଷ୍ଣା ନାଗର। ଏହାପୂର୍ବରୁ ମହିଳା ସୁଟିଂରେ ଅବନୀ ଲେଖାରା, ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ, ପୁରୁଷ ସୁଟିଂରେ ମନିଷ ନରୱାଲ ଏବଂ ବ୍ୟାଡମିଂଟନରେ ଓଡିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

Advertisment

ସର୍ବାଧିକ ମେଡାଲ ସହ ଟୋକିଓରେ ଇତିହାସ ରଚିଛି ଭାରତ। ମୋଟ ୫୪ ଜଣ ପ୍ରତିଯୋଗୀ ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେଇଥିବା ବେଳେ ୧୭ ଜଣ ମେଡାଲ ଜିତିଛନ୍ତି। ସମସ୍ତ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ଦେଶର ଆଗାମୀ ପୀଢି ଆଥଲେଟଙ୍କ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

Advertisment
India Tokyo 2020 Paralympic
Advertisment
Advertisment