• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

cricket
ଅାଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ୍‌; ପ୍ରାରମ୍ଭରୁ ଭାରତକୁ ଝଟ୍‌କା

ରାଜକୋଟ: ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ଗୋଟିଏ ୱିକେଟ୍‌ ହରାଇ ୫୩ ରନ୍‌ କରିଛି। ପୃଥ୍ୱୀ ଶାହ ୩୨ ଏବଂ ଚେତେଶ୍ୱର ପୂଜାର ୨୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏକମାତ୍ର ଖେଳାଳି ଭାବେ ଶୂନରେ ଲୋକେଶ ରାହୁଲ ଆଉଟ୍‌ ହୋଇଛନ୍ତି।

  • Tuesday, 20 July 2021
3rd
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍

ମେଲ୍‌ବର୍ଣ୍ଣ: ଆସନ୍ତାକାଲି ମେଲ୍‌ବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୧ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ନବାଗତ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମା ପୁଣି ଥରେ ଦଳକୁ ଫେରିଛନ୍ତି। ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ପକ୍ଷରୁ ଦୁଇ ଓପନର୍ କେ.ଏଲ. ରାହୁଲ୍ ଓ ମୁରଲୀ ବିଜୟଙ୍କୁ […]

  • Tuesday, 20 July 2021
u-25
ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ବିଶ୍ୱକପ୍ ହକିରେ ଜବରଦସ୍ତ ବିଜୟ ହାସଲ୍‌ କରିଛି ଭାରତ। ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସିମରନଜିତ ସିଂହ ୨ଟି ଗୋଲ୍ ସ୍କୋର୍ କରିଥିବାବେଳେ ମନଦୀପ, ଆକାଶଦୀପ, ଲଳିତ ଗୋଟିଏ ଲେଖାଏ ଗୋଲ୍ କରିଥିଲେ। ତେବେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ଆସନ୍ତା ୨ ତାରିଖରେ ବେଲ୍‌ଜିୟମ୍‌କୁ ଭେଟିବ। ଅନ୍ୟପଟେ ଉଦ୍‌ଘାଟନୀ ମ୍ୟାଚ୍‌ରେ […]

  • Tuesday, 20 July 2021
hocky
ବିଶ୍ୱକପ୍‌ ହକି: ହୋମ୍‌ ଗ୍ରାଉଣ୍ଡ୍‌ରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ

ଭୁବନେଶ୍ୱର: ହୋମ୍ ଗ୍ରାଉଣ୍ଡ, ହୋମ୍ କ୍ରାଉଡ୍‌ରେ ଆଜି ଲଢ଼େଇକୁ ଓହ୍ଲାଇଛି ଭାରତୀୟ ହକି ଦଳ। ହକି ବିଶ୍ୱକପ୍ ଉଦ୍‌ଘାଟନୀ ମ୍ୟାଚ୍‌ରେ ଟପ୍ ଟିମ୍ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରୁଛି ଭାରତ। ତେଣୁ ଟିମ୍ ଇଣ୍ଡିଆକୁ ଚିଅର୍‌ ଅପ୍ କରିବାକୁ ଦର୍ଶକ ବି ପୂରା ଜୋସ୍‌ରେ ଅଛନ୍ତି। ଟିମ୍ ଇଣ୍ଡିଆକୁ ଚିଅର୍‌ ଅପ୍ କରିବାକୁ କଳିଙ୍ଗ ଷ୍ଟାଡିୟମ୍ ଆଗରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଫ୍ୟାନ୍‌ଙ୍କ ଭିଡ଼। କିଏ ପୋଷ୍ଟର ଧରି ଚକ୍‌ଦେ ଇଣ୍ଡିଆର ନାରା […]

  • Tuesday, 20 July 2021
hocky
ହକି ବିଶ୍ୱକପ୍‌: ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଅପେକ୍ଷାକୃତ ଯୁବ ଖେଳାଳିଙ୍କୁ ମନୋନୀତ କରାଯାଇଛି। ୨୦୧୬ରେ ଲକ୍ଷ୍ନେରେ ଯୁବ ବିଶ୍ୱକପ୍ ଜିତିଥିବା ଅଧିକାଂଶ ଖେଳାଳି ଏହି ଦଳରେ ଅଛନ୍ତି। ଯୁବ ମିଡିଲ୍‌ ଫିଲ୍‌ଡର୍‌ ମନ୍‌ପ୍ରୀତ ସିଂହ ଏହି ଦଳର ନେତୃତ୍ୱ ନେଉଛନ୍ତି।ମନ୍‌ପ୍ରୀତ ସିଂହ ଓ ଭେଟେରାନ୍ ଗୋଲ୍ କିପର୍ ପି.ଆର୍‌. ଶ୍ରୀଜେଶ ହେଉଛନ୍ତି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି। ତେବେ ଚଳିତ ବିଶ୍ୱକପ୍‌ରେ ଷ୍ଟାର୍‌ ଖେଳାଳି ଭାବେ ଉଭା ହୋଇପାରନ୍ତି  ହରମନ୍‌ପ୍ରୀତ୍ ସିଂହ। ଲକ୍ଷ୍ନେରେ ଭାରତକୁ ଯୁବ ବିଶ୍ୱକପ୍ ଜିତାଇବାରେ […]

  • Tuesday, 20 July 2021
india win
ବାଂଲାଦେଶକୁ ହରାଇ ୭ମ ଥର ପାଇଁ ଟାଇଟଲ୍‌ ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶେଷ ବଲ୍‌ରେ ବାଂଲାଦେଶଠୁ ମ୍ୟାଚ୍‌କୁ ଛଡ଼ାଇ ଆଣିଲା ଟିମ୍ ଇଣ୍ଡିଆ। ସପ୍ତମ ଥର ପାଇଁ ଏସିଆ କପ୍‌କୁ ନିଜ ନାଁରେ କରିଛି ଭାରତ। ବାଂଲାଦେଶ ବିପକ୍ଷ ଏସିଆ କପ୍‌ ଫାଇନାଲ୍ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ରୋମାଞ୍ଚକର ମ୍ୟାଚ୍‌ରେ ୩ ୱିକେଟ୍‌ରେ ହରାଇ ଚମ୍ପିଅନ୍‌ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଓପନର୍‌ ଲିଟନ୍‌ ଦାସଙ୍କ ବିସ୍ଫୋରକ ଶତକୁ ଆଧାର କରି ୨୨୨ ରନ୍‌ କରିଥିଲା। ୨୨୩ ରନ୍‌ର ଟାର୍ଗେଟ […]

  • Tuesday, 20 July 2021
DtEGjw8X4AAIoxS
ଆଜିଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ ଟକ୍କର। ବିଶ୍ୱକପ୍‌ର ପ୍ରଥମ ଦିନରେ ଆୟୋଜକ ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-‘ସି’ର ଏହି ମ୍ୟାଚ୍ ଆଜି ସଂଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍ ଅପରାହ୍ନ ୫ଟାରେ ଖେଳାଯିବ। ବିଶ୍ୱକପ୍‌ରେ ମୋଟ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ତେବେ ଡିସେମ୍ବର୍ ୧୬ ତାରିଖରେ […]

  • Tuesday, 20 July 2021
hocky
ହକି ବିଶ୍ୱକପ୍: ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌

ଭୁବନେଶ୍ୱର:  ହକି ବିଶ୍ୱକପ୍ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଆଜି ସ୍ପେ‌ନ୍‌ ଦଳ ଆସି ଭୁବନେଶ୍ୱରରେ ପହଞ୍ଛିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ପେନ୍ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି। ହକି ବିଶ୍ୱକପ୍‌ ପାଇଁ ପଞ୍ଚମ ବିଦେଶୀ ଦଳ ଭାବେ ସ୍ପେନ୍ ଆସି  ଭୁବନେଶ୍ୱରରେ ପହଞ୍ଚିଛି। ବିଶ୍ୱ ରାଙ୍କିଂରେ ଅଷ୍ଟମ ସ୍ଥାନରେ ରହିଥିବା ସ୍ପେନ୍‌ ଦୁଇ ଥର ଉପ ବିଜେତା ହୋଇଥିବାବେଳେ ଥରେ ବ୍ରୋଞ୍ଜ ପଦକ ହାସଲ […]

  • Tuesday, 20 July 2021
finch
ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌। ଅଷ୍ଟ୍ରେଲିଆରେ ହେଉଥିବା ଏହି ଶୃଙ୍ଖଳାରେ ୩ଟି ଟି-ଟ୍ୱେଣ୍ଟି, ୪ଟି ଟେଷ୍ଟ ମ୍ୟାଚ୍‌ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମୁକାବିଲା କାଲି ବ୍ରିସବେନ୍‌ଠାରେ ହେବ। ନିକଟରେ ୱେଷ୍ଟ ଇଣ୍ଡିଜ୍‌ ସହ ଟି ଟ୍ୱେଣ୍ଟି ଶୃଙ୍ଖଳା ୩-୦ରେ ମୂଳପୋଛ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ କ୍ରିକେଟ୍‌ରେ ପିତିଆରା କାଏମ ରଖିବାକୁ ଚାହିଁବ […]

  • Tuesday, 20 July 2021
IMG_20180828_170725
ରଣଜୀ ମୁକାବିଲା: ଆସାମକୁ ୧୨୧ ରନ୍‌ରେ ଅଲ୍ ଆଉଟ୍ କଲା ଓଡ଼ିଶା

ଗୌହାଟୀ: ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ଆସାମ୍ ୧୨୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଛି। ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଆସାମକୁ ଆରମ୍ଭ ଓଡ଼ିଆ ପେସ୍ ବୋଲର ଝଟ୍‌କା ଦେଇଥିଲେ। ଆସାମ ଟିମ୍ ୬୯ ରନ୍‌ରେ ୭ ଓ୍ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଲୋ ଅର୍ଡର୍‌ ବ୍ୟାଟସ୍‌ମ୍ୟାନ୍‌  ରଣଜିତ ମାଲିଙ୍କ ୨୮ ରନ୍ ଓ  ଅରୂପ ଦାସଙ୍କ ୧୬ ରନ୍ ଯୋଗୁ ଆସାମ ୧୨୧ ରନ୍ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା। […]

  • Tuesday, 20 July 2021
ind
ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ ମ୍ୟାଚ୍ ଡ୍ର

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍।ପ୍ରଥମେ ବ୍ୟାଟିଂ କରି ଆଫ୍‌ଗାନିସ୍ତାନ୍ ୨୫୨ରନ୍ କରିଥିବା ବେଳେ ଭାରତ ମଧ୍ୟ ୨୫୨ରନ୍‌ କରିଥିଲା। ଶେଷ ଓଭରରେ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୭ ରନ୍ ଦରକାର ଥିବାବେଳେ ଦଳ ମାତ୍ର ୬ ରନ୍ କରିବାରେ […]

  • Tuesday, 20 July 2021
virta
ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଲେ ବିରାଟ ଓ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ। ପୁରସ୍କାର ବିଜେତାଙ୍କୁ ମେଡାଲ ସହ ସାଢ଼େ ୭ ଲକ୍ଷ ଟଙ୍କା ମିଳିଛି। ଏହାସହ ଦେଶର ଶ୍ରେଷ୍ଟ ୨୦ ଜଣ ଖେଳାଳୀଙ୍କୁ ଚଳିତ ଥରର ଅର୍ଜୁନ ପୁରସ୍କାରରେ […]

  • Tuesday, 20 July 2021
ind-pak
ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ

 ଦୁବାଇ : ଏସିଅା କପ୍ ସୁପର ଫୋର ପର୍ଯ୍ୟାୟରେ ଅାଜି ହାଇଭୋଲଟେଜ୍ ମୁକାବିଲା। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ ଟିମ୍‌ ଇଣ୍ଡିଅାର ଟକ୍କର। ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଏସିଅା କପ୍‌ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିବା ପରେ ଭାରତର ମନୋବଳ ଦୃଢ ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି।  ଅାଜିର ମ୍ୟାଚ ନେଇ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ […]

  • Tuesday, 20 July 2021
asia cup--up
ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗଲାଦେଶ

ଦୁବାଇ : ଅାଜି ଠାରୁ ଅାରମ୍ଭ ହୋଇଛି ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ । ସମସ୍ତ ୱିକେଟ ହରାଇ ବାଙ୍ଗଲାଦେଶ ୧୭୩ ରନ୍ କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ୟଶ୍‌ପ୍ରୀତ ବୁମ୍‌ରା ୩ଟି ଲେଖାଏଁ  ଓ୍ୱିକେଟ୍ ନେଇଥିଲେ । ସେପଟେ ଦ୍ୱିତୀୟ […]

  • Tuesday, 20 July 2021
india
ଏସିଆା କପ୍‌ରେ ଆଜି ହାଇଭୋଲଟେଜ୍ ମୁକାବିଲା

ନୂଆଦିଲ୍ଲୀ : ଏସିଆ କପ୍‌ରେ ଆଜି ଇଣ୍ଡିଆ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଗତ ବର୍ଷ ଜୁନ୍‌ରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ୧୮୦ ରନ୍‌ରେ ପରାସ୍ତ କରିଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଚେଷ୍ଟା କରିବ। ଦଳର ରେଗୁଲାର୍ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ […]

  • Tuesday, 20 July 2021
indiA
ଗୁଆହାଟୀ ଦିନିକିଆରେ ବାଜି ମାରିଲା ଭାରତ

ଗୁଆହାଟୀ: ଗୁଆହାଟୀରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ହୋଇଛି। ବିରାଟ ଓ ରୋହିତଙ୍କ ଦମ୍‌ଦାର ଶତକ ବଳରେ ଭାରତ ଖୁବ୍‌ ସହଜରେ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଛି। ଅଧିନାୟକ ବିରାଟ କୋହଲି ୧୦୭ ବଲ୍‌ରେ ୧୪୦ ରନ୍ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ୧୧୭ ବଲ୍‌ରେ ୧୫୨ ରନ୍ ସଂଗ୍ରହ କରିଥିଲେ। ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂର […]

  • Tuesday, 20 July 2021
Capture
ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ଜବରଦସ୍ତ ବ୍ୟାଟିଂ

ଗୁଆହାଟି: ଆସାମର ଗୁଆହାଟିରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଦିନିକିଆରେ ଡେବ୍ୟୁ କରୁଛନ୍ତି ଦିଲ୍ଲୀ ବ୍ୟାଟସମ୍ୟାନ ଋଷଭ ପନ୍ଥ। ଏହି ସିରିଜରେ ଦିନିକିଆ ଦଳକୁ ଫେରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ସିରିଜ୍‌ ପରେ ଏସିଆ କପ୍‌ରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ବଦଳରେ ଏସିଆ କପ୍‌ରେ ନେତୃତ୍ୱ ନେଇଥିଲେ ରୋହିତ ଶର୍ମା। […]

  • Tuesday, 20 July 2021
hocky
ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି: ଇଣ୍ଡିଆ ଟାର୍ଗେଟ୍‌ରେ ପାକିସ୍ତାନ

ମସ୍‌କାଟ: ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ପୂର୍ବରୁ ଓମାନ୍‌କୁ ୧୧-୦ରେ ପରାସ୍ତ କରିବା ପରେ ଭାରତର ମନବଳ ଦୃଢ଼ ରହିଛି। ତେଣୁ ଦଳର ଟାର୍ଗେଟ୍‌ରେ ଏବେ ପାକିସ୍ତାନ ରହିଛି। ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଦଳ ଏବେ ବେଶ୍‌ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି […]

  • Tuesday, 20 July 2021
Umesh-Yadav-
୨-୦ରେ ସିରିଜ୍‌ ଜିତିଲା ଭାରତ

ହାଇଦ୍ରାବାଦ: ହାଇଦ୍ରାବଦ୍ ଟେଷ୍ଟକୁ ଟିମ୍ ଇଣ୍ଡିଆ ୧୦ ଓ୍ୱିକେଟ୍‌ରେ ଜିତିନେଇଛି। ଏହାସହିତ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିଛି। ପ୍ରଥମ ଇନିଂସ୍‌ରେ ୱେଷ୍ଟଇଣ୍ଡିଜର ୩୧୧ ଜବାବରେ ଭାରତ ୩୬୭ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହାପରେ ଦ୍ୱିତୀୟ ଇଂନିସ୍‌ରେ କ୍ୟାରିବିୟାନ୍‌ ଟିମ୍ ମାତ୍ର ୧୨୭ ରନ୍‌ରେ ସୀମିତ ହୋଇଯାଇଥିଲା। ଫଳରେ ଭାରତକୁ ବିଜୟ ପାଇଁ ୭୪ ରନ୍‌ ଆବଶ୍ୟକ ଥିଲା। ଯାହାକୁ ଟିମ୍ ଇଣ୍ଡିଆ ବିନା କୌଣସି ଓ୍ୱିକେଟ୍ ହରାଇ ଅତି ସହଜରରେ ହାସଲ କରିନେଇଛି। […]

  • Tuesday, 20 July 2021
yuvi - Copy
ଟିମ୍‌କୁ କମ୍‌ବ୍ୟାକ୍‌ କରିବେ ଯୁବରାଜ !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରି ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ହିରୋ ପାଲଟି ଯାଇଥିଲେ। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଏବେ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ ଏଥିରେ ହାର୍‌ ନମାନି ପୁଣି କମ୍‌ ବ୍ୟାକ୍‌ କରିବାକୁ ଚଳାଇଛନ୍ତି କସ୍‌ରତ। ଟିମ୍‌ ଇଣ୍ଡିଆ ପାଇଁ ଯୁବରାଜ ଶେଷଥର ୨୦୧୭ ଜୁନ୍‌ ୩୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ […]

  • Tuesday, 20 July 2021
jayanti
ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅର କମାଲ୍

ଭୁବନେଶ୍ୱର: ଏସିଆନ୍ ପାରା ଗେମ୍ସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ସେ ୨୦୦ ମିଟର୍‌ ଦୌଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିବା ସହିତ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ମାତ୍ର ୨୭.୪୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ ଏହି କମାଲ୍‌ ଦେଖାଇଛନ୍ତି। ତେବେ ଗେମ୍‌ରେ ଚୀନର ଲି ଲୁ ୨୦୦ ମିଟର ଦୂରତ୍ତ୍ୱକୁ ୨୫. ୮୨ ସେକେଣ୍ଡ୍‌ରେ ଅତିକ୍ରମ କରି ସ୍ୱର୍ଣ୍ଣ ଓ ୱାଙ୍ଗ୍ ୟାଙ୍ଗପିଂ ୨୬.୪୫ ସେକେଣ୍ଡରେ ଅତିକ୍ରମ କରି […]

  • Tuesday, 20 July 2021
gamvir 2
ଗୌତମ ଗମ୍ଭୀରଙ୍କ ନୂଆ ରୂପ

ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ଖେଳିବା ବ୍ୟତୀତ ସମାଜ ସେବାରେ ମଧ୍ୟ ସକ୍ରିୟ ଥିବାର ଦେଖାଯାଏ। ଛତିଶଗଡ଼ ନକ୍ସଲ ହିଂସାରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ହେଉ ଅବା କାଶ୍ମୀରରେ ଶହୀଦ ହୋଇଥିବା ଏଏସ୍‌ଆଇ ଅବ୍ଦୁଲ ରଶୀଦଙ୍କ ଝିଅକୁ ସହାଯ୍ୟ କରିବା, ସବୁ ଜାଗାରେ ଏହି କ୍ରିକେଟର ନିଜର ବଦାନ୍ୟତାର ଛାପ ଛାଡ଼ିଛନ୍ତି। ଗମ୍ଭୀରଙ୍କ ଦେଶ ପ୍ରତି ଥିବା ଦାୟୀତ୍ୱ ସମସ୍ତଙ୍କୁ ଗମ୍ଭୀର ଭାବେ ପ୍ରଭାବିତ କରିପାରିଛି। ପୂର୍ବ ବର୍ଷ ଛତିଶଗଡ଼ରେ ହୋଇଥିବା […]

  • Tuesday, 20 July 2021
AP18279347014643
ଅଢ଼େଇ ଦିନରେ ଲଢ଼େଇ ଶେଷ, ମ୍ୟାଚ୍ ଜିତିଲା ଭାରତ

ରାଜକୋଟ: ରାଜକୋଟରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ମାତ୍ର ଅଢେଇ ଦିନରେ ଲଢ଼େଇରେ ମାଟି କାମୁଡ଼ିଛି କାରିବିଆନ୍ ଟିମ୍। ବିରାଟ ବାହିନୀ ଏହି ମ୍ୟାଚ୍‌କୁ ଏକ ଇନିଂସ ୨୭୨ ରନ୍‌ରେ ଜିତି ନେଇଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୬୪୯ର ବିଶାଳ ସ୍କୋର୍‌ କରିଥିଲା। ଆଉ ଏହାର ପିଛା କରିବାକୁ ଯାଇ ଧରାଶାୟୀ ହୋଇପଡ଼ିଥିଲ ଭମ୍ରଣକାରୀ ଦଳ। ଗତକାଲି ଖେଳ ଶେଷ […]

  • Tuesday, 20 July 2021
team-India
ରାଜକୋଟ ଟେଷ୍ଟରେ ଟିମ୍ ଇଣ୍ଡିଆର ରାଜ୍

ରାଜକୋଟ: ରାଜକୋଟ ଟେଷ୍ଟରେ ରାଜ୍ କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଦିନରେ ବି ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଛି। ୬୪୯ ରନରେ ଟିମ୍ ଇଣ୍ଡିଆ ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରି ସଙ୍କଟରେ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍। ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲେ ଜଣକ ପରେ ଜଣେ ଇଣ୍ଡିଜ୍ ବ୍ୟାଟ୍‌ସମ୍ୟାନ।  ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୬ ଓ୍ୱିକେଟ୍ ହରାଇ ମାତ୍ର ୯୪ ରନ୍‌ ସଂଗ୍ରହ କରିଛି। ମହମ୍ମଦ ସାମି […]

  • Tuesday, 20 July 2021
asia-cup-2018-
ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ମାତ୍ର ୧୭୩ ରନ୍‌ […]

  • Tuesday, 20 July 2021