Advertisment

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୬ କୋଟି

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

Pramod Bhagat

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି। ଅଲିମ୍ପିକ ବିଜେତାଙ୍କ ପାଇଁ ପୂର୍ବ ଘୋଷଣା ଅନୁସାରେ ପୁରସ୍କାର ମିଳିବ ବୋଲି ଜଣାପଡ଼ିଛି। ସ୍ୱର୍ଣ୍ଣ ଜିତିଲେ ୬ କୋଟି ମିଳିବ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସୂଚନା ଅନୁସାରେ, ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ। ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଜିତିଛନ୍ତି ସୁନା। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ। ୨୧-୧୪ ଓ ୨୧-୧୭ ସେଟ୍‌ରେ ଜିତିଛନ୍ତି ପ୍ରମୋଦ। ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍‌ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।

Advertisment

ତାଙ୍କର ବିଜୟରେ ବରଗଡ ଜିଲ୍ଲାର ଅତାବିରା ଗାଁ ହସୁଛି। ଏପରିକି ପଦକ ଜିତିବା ଦିନ ବାଣ ଫୁଟାଇ ନାଚିଥିଲେ ଗାଁ ଲୋକେ। ଘରେ ଘରେ ପ୍ରତି ଲୋକ ସେଲିବ୍ରେସନ୍ କରିଥିଲେ। ଏମିତିକି ପ୍ରମୋଦଙ୍କ ପାଇଁ ଗାଁ ଲୋକେ ପୂଜାର୍ଚ୍ଚନା ମଧ୍ୟ ତାଙ୍କ ପାଇଁ କରିଥିଲେ। ଐତିହାସିକ ବିଜୟ ସହ ସାରା ଦେଶ ପାଇଁ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇବସହ ପୋଡିୟମରେ ଦେଶର ଜତୀୟ ସଙ୍ଗୀତ ଗାନ ଏକ ଉଲ୍ଲାସମୟ ମୁହୂର୍ତ୍ତ ବୋଲି କହିଥିଲେ। ସେହିପରି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବରୁ ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟକୁ  ପ୍ରମୋଦ ଭଗତଙ୍କ ନାଁରେ ନାମିତ କରିଛି |

Odisha Pramod Bhagat Tokyo 2020 Paralympic
Advertisment
Advertisment