• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର ।

  • ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ ।

  • ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି ।

ନୂଆଦିଲ୍ଲୀ: ସକାଳୁ ସକାଳୁ ଭାରତ ପାଇଁ ବଡ଼ ଖୁସି ଖବର । ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଲା ଆଉ ଦୁଇଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ସାମିଲ ଅଛି । ଏହି ଦୁଇଟି ପଦକ ପାଇବା ପରେ ଭାରତର ମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ସେଥିରେ ମୋଟ ତିନୋଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ରୌପ୍ୟ ୭ ଓ ବ୍ରୋଞ୍ଜ ପଦକ ୫ ରହିଛି ।

ତେବେ ଆଜି ସକାଳୁ ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ୨ଟି ପଦକ ମିଳିଛି । ମନୀଷ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ୫୦ ମିଟର ପିସ୍ତଲ ଏସଏଚ-୧ରେ ଉଭୟ ମେଡାଲ ଜିତିଛନ୍ତି ।

ଅନ୍ୟପଟେ ଦେଶ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ୍ ଭଗତ୍ । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ସେ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ ଜାପାନର ଫୁଜିହାରାକୁ ୨-୦ ରେ ପରାସ୍ତ କରିଛନ୍ତି ।  ସେମିଫାଇନାଲ ମୁକାବିଲାରେ ୨୧-୧୧, ୨୧-୧୬ରେ ସେ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସ ଗେମ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇନାହାନ୍ତି । ପ୍ରମୋଦଙ୍କ ପାଖରେ ବର୍ତ୍ତମାନ ଭାରତ ପକ୍ଷରୁ ପ୍ରଥମ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି । ସେ ଆଜି ଅପରାହ୍ନ ୩ଟାରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ ।

ତେବେ ଗତକାଲି ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଆଣିଛନ୍ତି ସୁଟର ଅବନୀ ଲେଖରା । ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଥିଲେ ଅବନୀ । ପାରା ଅଲିମ୍ପିକ୍ସରେ ଦୁଇ ଦୁଇଟି ପଦକ ଜିତିବାରେ ସେ ଭାରତର ପ୍ରଥମ ମହିଳା । 

ସେହିପରି ହାଇଜମ୍ପରେ ପ୍ରବୀଣ କୁମାରଙ୍କୁ ମିଳିଛି ରୌପ୍ୟ ପଦକ । ହାଇଜମ୍ପ T-64ରେ ସେ ୨.୭ ମିଟର ଅତିକ୍ରମ କରି ଏହି ସଫଳତା ପାଇଛନ୍ତି । ପ୍ରବୀଣ କୁମାର ରୌପ୍ୟ ପଦକ ପାଇବା ସହ ଏସିଆନ୍ ରେକର୍ଡ ମଧ୍ୟ କରିଛନ୍ତି । ସେପଟେ ତୀରନ୍ଦାଜୀରେ ହରବିନ୍ଦର ସିଂଙ୍କୁ ମିଳିଛି ବ୍ରୋଞ୍ଜ୍ ପଦକ । ପାରା ଅଲିମ୍ପିକରେ ଭାରତକୁ ଆର୍ଚେରୀରେ ଏହା ପ୍ରଥମ ପଦକ ।