/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630857748.jpg)
India Vs Eng
ଓଭାଲ୍: ଓଭାଲ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ। ଇଂଲଣ୍ଡ ଆଗରେ ଟିମ୍ ଇଣ୍ଡିଆ ରଖିଛି ୩୬୮ ରନ୍ର ଟାର୍ଗେଟ୍। ଦ୍ୱିତୀୟ ଇନିଂସରେ ଦଳ ୪୬୬ ରନ୍ କରି ଅଲଆଉଟ୍ ହୋଇଛି। ବିିଶେଷ କରି ଟେଲ୍ ଏଣ୍ଡର୍ସ ଭଲ ବ୍ୟାଟିଂ କରିଛନ୍ତି। ରୋହିତ ଶର୍ମାଙ୍କ ୧୨୭ ରନ୍ ଏବଂ ଚେତେଶ୍ୱର ପୂଜାରାଙ୍କ ୬୧ ରନ୍ ପରେ ରିଷଭ ପନ୍ଥ ୫୦ ଏବଂ ଶାର୍ଦ୍ଦୁଲ ଠାକୁର ୬୦ ରନ୍ କରିଛନ୍ତି। ସେହିପରି ଉମେଶ ଯାଦବ ୨୫ ରନ୍ ଏବଂ ଜସପ୍ରିତ ବୁମରା ୨୪ ରନ୍ କରିଛନ୍ତି। ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୦ ରନ୍ କରିଥିଲା।
ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ। ରାହାଣେଙ୍କୁ ମଧ୍ୟ ଓକ୍ସ ଆଉଟ୍ କରିଥିଲେ। କ୍ୟାପଟେନ୍ କୋହଲି (୪୪) ଆଉ ଏକ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମୋଇନ୍ ଅଲୀ ପ୍ୟାଭିଲିୟନ ପଠାଇଥିଲା।
୩୧୨ ରନରେ ୬ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ପନ୍ତ ଓ ଶାର୍ଦ୍ଦୁଲଙ୍କ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିବା ବେଳେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଶାର୍ଦ୍ଦୁଲ ୬୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ଶାର୍ଦ୍ଦୁଲ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ଇଂଲିଶ ଟିମର କ୍ୟାପଟେନ୍ ଜୋ ରୁଟ୍ ପ୍ୟାଭିଲିୟନ୍ ପଠାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)