• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚର ପ୍ରଭାବ ପ୍ଲେ ଅଫ୍ ଉପରେ ପଡ଼ିଛି । କିନ୍ତୁ ଏହି ମ୍ୟାଚ୍‌ ଚାଲିଥିବା ବେଳେ ଏକ ବିବାଦ ଦେଖାଦେଇଥିଲା । ଗୁଜୁରାଟ ଟାଇଟାନ୍ସର ମାଥ୍ୟୁ ୱେଡଙ୍କୁ ଆଉଟ୍‌ ଦିଆଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ ଏବଂ ପଡ଼ିଆରୁ ବାହାରି ଡ୍ରେସିଂ ରୁମରେ ପହଞ୍ଚି ସେ ଭଙ୍ଗାରୁଜା କରିଥିଲେ ।

ଗୁଜୁରାଟ ଟାଇଟାନ୍ସ ଇନିଂସର ଷଷ୍ଠ ଓଭରରେ ଗ୍ଲେନ ମ୍ୟାକ୍ସୱେଲ ବୋଲିଂ କରିବାକୁ ଆସିଥିଲେ ଏବଂ ତାଙ୍କର ଦ୍ୱିତୀୟ ବଲ୍‌ରେ ମାଥ୍ୟୁ ୱେଡ ଏଲବିଡବ୍ଲୁ ହୋଇଥିଲେ । ଗ୍ଲେନ୍ ମ୍ୟାକ୍ସୱେଲଙ୍କଙ୍କ ଲେନ୍ଥ ବ୍ଲଲ୍‌କୁ ସ୍ୱିପ୍ ଖେଳିବାକୁ ଚେଷ୍ଟା କରିଥିଲେ ମାଥ୍ୟୁ ୱେଡ୍ । କିନ୍ତୁ ବଲ୍ ସିଧାସଳଖ ଯାଇ ପ୍ୟାଡ୍‌ରେ ବାଜିଥିଲା । ଆଉ ଫିଲ୍ଡ ଅମ୍ପାୟାର ଏହାକୁ ଆଉଟ୍‌ ଦେଇଥିଲେ ।

 

ମାଥ୍ୟୁ ୱେଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ମାଗିଥିଲେ । ରି-ପ୍ଲେ ଦେଖିବା ପରେ ଥାର୍ଡ ଅମ୍ପାୟାର ମଧ୍ୟ ଏହାକୁ ଆଉଟ୍‌ କହିଥିଲେ । ଏହାପରେ ମାଥ୍ୟୁ ୱେଡ କ୍ରୋଧିତ ହୋଇଥିଲେ, ପ୍ରଥମେ ସେ ବୋଲର ଗ୍ଲେନ ମ୍ୟାକ୍ସୱେଲଙ୍କ ସହ କଥା ହୋଇଥିଲେ । ପରେ ପାଭିଲିୟନକୁ ଯିବାବେଳେ ବିରାଟ କୋହଲିଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ, ମାଥ୍ୟୁ ୱେଡ ଡ୍ରେସିଂ ରୁମରେ ପହଞ୍ଚିଲେ । ସେଠାରେ ପହଞ୍ଚିବା ପରେ ସେ ରାଗରେ ପ୍ରଥମେ ହେଲମେଟ ଫିଙ୍ଗିଥିଲେ । ପରେ ବ୍ୟାଟ୍‌କୁ ତଳେ ପଟିଥିଲେ । ଏପରିକି ବ୍ୟାଟ୍‌ରେ ଅନେକ ଜିନିଷ ଭାଙ୍ଗିଥିବାର ନଜର ଆସିଥିଲେ । ମାଥ୍ୟୁ ୱେଡଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଗୁଜୁରାଟ ଟାଇଟାନ୍ସ ପ୍ଲେ ଅଫରେ ପହଞ୍ଚି ସାରିଛି । ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି ଦଳ ।

ଅନ୍ୟପଟେ ଗୁରୁବାର ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟ୍‌ରେ ହରାଇଛି ବାଙ୍ଗଲୋର । RCB ପକ୍ଷରୁ ବିରାଟ କୋହଲି ଏହି ମ୍ୟାଚ୍‌ରେ ଧୁଆଁଧାର ବ୍ୟାଟିଂ କରିଛନ୍ତି । ୫୪ ବଲ୍‌ ଖେଳି ବିସ୍ଫୋରକ ୭୩ ରନ୍‌ କରିଛନ୍ତି । ବିରାଟଙ୍କ ଏଭଳି ବ୍ୟାଟିଂ ଦେଖି ଫ୍ୟାନ୍‌ମାନେ ଖୁବ୍ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ କୋହଲିଙ୍କ ପାଇଁ ‘କିଙ୍ଗ୍‌ ଇଜ୍‌ ବ୍ୟାକ୍‌’  ହାସ୍‌ ଟ୍ୟାଗ୍‌ ଟ୍ରଣ୍ଡ କରିଥିଲା ।