• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ସୁପର ସୋ । କୋଲକାତା ନାଇଟ ରାଇଡର୍ସକୁ ୨ ରନରେ ହରାଇ ଜବଦସ୍ତ ବିଜୟ ହାସଲ କରିଛି ଦଳ । ଗତକାଲି ମୁମ୍ବାଇର ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଷ୍ନେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ କରିଥିଲା । ଓପନରି କ୍ୱିଣ୍ଟନ୍ ଡି କକ୍ ଓ କେଏଲ ରାହୁଲ ଓପନି ଯୋଡ଼ି ଶେଷ ପର୍ଯ୍ୟନ୍ତ କ୍ରିଜରେ ଅପରାଜିତ ରହି କେକେଆରକୁ ୨୧୧ ରନର ବିଜୟ ଲକ୍ଷ୍ୟ ଦେଇଥିଲେ । ତେବେ କୋଲକାତା ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ୨୦୮ ରନ କରି ଆଉ ୩ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା । ଲକ୍ଷ୍ନୌ ତରଫରୁ କ୍ୱିଣ୍ଟନ୍ ଡି କକ୍ ୭୦ ବଲରେ ଆକର୍ଷଣୀୟ ୧୪୦ ରନ କରିଥିଲେ । ଡି କକ୍‌ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି।

ଶେଷ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଜବରଦସ୍ତ ବ୍ୟାଟିଂ କରିଥିଲେ କ୍ୱିଣ୍ଟନ ଡି’କକ ଓ ଅଧିନାୟକ କେଏଲ ରାହୁଲ। ଡି’କକଙ୍କ ଶତକ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଶାଳ ସ୍କୋର କରିଥିଲା। ଦଳ ବିନା କୌଣସି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍ ହାସଲ କରିବାକୁ ସକ୍ଷମ ହୋଇଥିଲା । ଫଳରେ କୋଲକାତାକୁ ଏହି କର ବା ମର ମ୍ୟାଚକୁ ଜିତିବା ପାଇଁ ୨୧୧ ରନର ଟାର୍ଗେଟ ମିଳିଥିଲା।

କେକେଆର୍‌ ଟାର୍ଗେଟ୍‌ର ପିଚ୍ଛା କରି ପ୍ରଥମରୁ ଦୁଇ ଓପନରଙ୍କ ୱିକେଟ୍‌ ହରାଇଥିଲା । ଏହାପରେ ନିତୀଶ ରାଣା ଓ କ୍ୟାପ୍ଟେନ୍‌ ଶ୍ରେୟସ ଆୟରଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଟିମ୍‌ ମଜବୁତ ସ୍ଥିତିରେ ପହଞ୍ଚିଥିଲା । ନିତୀଶ ରାଣା ୨୨ ବଲ୍‌ରେ ୪୨ ରନ୍‌ କରିଥିବା ବେଳେ ଶ୍ରେୟସ ୨୯ ବଲ୍‌ରେ ୫୦ ରନ୍‌ କରିଥିଲେ । ଶେଷରେ କେକେଆର୍‌ର ନୂଆ ଯୁବ ତାରକା ରିଙ୍କୁ ସିଂହ ଦଳକୁ ଜିତାଇବା ପାଇଁ ଜୋର୍‌ ଲଗାଇଥିଲେ । ମ୍ୟାଚ୍‌ର ଶେଷ ଓଭର୍‌ରେ ୨୧ ରନ୍‌ ଦରକାର ଥିବା ବେଳେ ରିଙ୍କୁ ପ୍ରଥମ ୩ଟି ବଲ୍‌ରେ ଦୁଇଟି ଛକା ଓ ଗୋଟିଏ ଚୌକା ମାରି ଟିମ୍‌କୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ । ୨ଟି ବଲ୍‌ରେ ୩ ରନ୍‌ ଥିବା ବେଳେ ସେ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ । ଫଳରେ ୨ ରନରେ କେକେଆର୍‌କୁ ହରାଇ ଜବଦସ୍ତ ବିଜୟ ହାସଲ କରିଥିଲା ଲକ୍ଷ୍ନୌ ।