/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650685290.jpg)
Barabati Stadium To Host T20I Against South Africa
ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ୍ । ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ ଦର୍ଶକ । ଶତ ପ୍ରତିଶତ ଦର୍ଶକୀୟ କ୍ଷମତାକୁ ଅନୁମତି ଦେଲା ବିସିସିଆଇ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ।
ସେପଟେ ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । ମ୍ୟାଚକୁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଷ୍ଟାଡ଼ିୟମରେ ସମସ୍ତ ପ୍ରସ୍ତୁତି ଆଗେଇ ଆଗେଇ ଚାଲିଛି ।
ତେବେ ବହୁ ଆଗରୁ ପଡିଆର ଆଉଟ ଫିଲ୍ଡ ଓ ଫ୍ଲଡ ଲାଇଟ କାମକୁ ଶେଷ କରାଯାଇଥିବା ବେଳେ ଏବେ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)