Advertisment

ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଗର୍ଜିଲା ରାହୁଲଙ୍କ ବ୍ୟାଟ୍‌; ମୁମ୍ବାଇକୁ ୧୯୪ ରନ୍‌ର ଟାର୍ଗେଟ୍‌

ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି।

author-image
Otv Khabar Bureau
MI vs SRH

MI vs SRH

ଆଇପିଏଲ୍‌ ୨୦୨୨ ର ୬୫ ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ତିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌ଟି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସଂଧ୍ୟା ୭.୩୦ ରେ ଖେଳାଯାଇଛି । ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି ହାଇଦ୍ରାବାଦ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ।

Advertisment

ପ୍ଲେ ଅଫ ରେସ୍‌ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ମ୍ୟାଚ୍‌ରେ ଟସ୍‌ ହାରିଥିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ତେବେ ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ୭୬ ରନ ଇନିଂସ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ।

ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି । ଏହି ମ୍ୟାରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୯୩ ରନ୍‌ କରିଛି। ଫଳରେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଥିବା ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ୧୯୪ ରନ୍‌ର ଟାର୍ଗେଟ ମିଳିଛି। ତ୍ରିପାଠୀଙ୍କ ବ୍ୟତୀତ ନିକୋଲାସ୍‌ ପୁରନ ୨୨ ବଲରେ ୩୮ ଓ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ପ୍ରିୟମ ଗର୍ଗ ୨୬ ବଲ୍‌ରେ ୪୨ ରନ୍‌ର ଇନିଂସ ଖେଳିଛନ୍ତି।

Advertisment

ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଡାନିଏଲ ସାମ୍ସ ଇନଫର୍ମ ଅଭିଷେକ ଶର୍ମା(୯)ଙ୍କୁ ଆଉଟ କରି ଦେଇଥିଲେ। ତେବେ ହାଇଦ୍ରାବାଦର ନୂଆ ଓପନର ପ୍ରିୟମ ଗର୍ଗ ଦମଦାର ବ୍ୟାଟିଂ କରିଥିଲେ। ତାଙ୍କ ସହ କ୍ରିଜ୍‌ରେ ରାହୁଲ ତ୍ରିପାଠୀ ରହିଥିବାରୁ ହାଇଦ୍ରାବାଦ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲା।

IPL 2022 MI Vs SRH
Advertisment
Advertisment