Advertisment

ଆରପାରିରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ପେଲେ

ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍‌ର ସୁପରଷ୍ଟାର ପେଲେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ୮୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pele Legendary Footballer Dies At The Age Of 82

Pele Legendary Footballer Dies At The Age Of 82

ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍‌ର ସୁପରଷ୍ଟାର ପେଲେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ୮୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ପେଲେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।  ଫୁଟବଲ କ୍ୟାରିୟର ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିବା ଏହି କିମ୍ବଦନ୍ତୀ ତାରକା ଏକ ମାତ୍ର ଖେଳାଳି ଭାବେ ୩ ଥର ବିଶ୍ୱକପ୍ ଟାଇଟଲ ଜିତିଥିଲେ।

Advertisment

ଗତ ନଭେମ୍ବର ୨୯ରେ ପେଲେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏପରିକି କେମୋ ଥେରାପି ମଧ୍ୟ କାମ କରୁନଥିଲା । ଏଭଳି ସ୍ଥିତିରେ ମଧ୍ୟ ସେ କତାରରେ ଫୁଟବଲ୍‌ ବିଶ୍ୱକପ୍ ମ୍ୟାଚ୍‌ ଦେଖିବା ସହ ଚାମ୍ପିଅନ ଆର୍ଜେଣ୍ଟିନା ଓ ଲିଓନେଲ୍ ମେସିଙ୍କୁ ଅଭିନନ୍ଦନ ଜଣାଇଥିଲେ। ହସ୍ପିଟାଲରେ ସେ ପରିବାର ସହ ଖ୍ରୀଷ୍ଟମାସ୍ ମଧ୍ୟ ପାଳନ କରିଥିଲେ। ତେବେ ଗତକାଲି ତାଙ୍କର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥିଲା।

୧୯୪୦ ମସିହା ଅକ୍ଟୋବର ୨୩ରେ ପେଲେ ବ୍ରାଜିଲ୍‌ରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ରେ ସେ ପ୍ରଥମେ ଫିଫା ବିଶ୍ୱକପ୍ ଖେଳିଥିଲେ। ଏହି ବିଶ୍ୱକପ୍ ସେମିଫାଇନାଲରେ ସେ ଫ୍ରାନ୍ସ ବିପକ୍ଷରେ ଲଗାତର ୩ଟି ଗୋଲ୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଫାଇନାଲରେ ସ୍ୱିଡେନ୍‌କୁ ହରାଇ ବ୍ରାଜିଲ୍ ବିଶ୍ୱକପ୍ ଜିତିଥିଲା। ୧୯୬୨ ଓ ୧୯୭୦ରେ ପେଲେ ବ୍ରାଜିଲ୍‌କୁ ଦେଇଥିଲେ ଫିଫା ବିଶ୍ୱକପ୍ ଟାଇଟଲ୍‌।  ନିଜ ବିଶ୍ୱକପ୍ କ୍ୟାରିୟରରେ ସେ ୪ଟି ଟୁର୍ଣ୍ଣାମେଣ୍ଟରେ ୧୨ଟି ଗୋଲ୍ ସ୍କୋର କରିଥିଲେ। ମୋଟ୍‌ ୯୫ଟି ମ୍ୟାଚ୍‌ ଖେଳି ସର୍ବାଧିକ ୭୭ଟି ଗୋଲ୍ ସ୍କୋର କରିବା ରେକର୍ଡ ପେଲେଙ୍କ ନାଁରେ ରହିଛି। 

Advertisment
Football
Advertisment
Advertisment