• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଲାଗି ଆଜିଠୁ ବିକ୍ରି ହେବ ଟିକେଟ । ଉଦ୍‌ଘାଟନୀ ସମାରୋହ ପାଇଁ କେବଳ ଅନ୍‌ଲାଇନ୍‌ରେ ଟିକଟ ମିଳିବ । ଆଜିି ମଧ୍ୟାହ୍ନ ୧୨ଟାରୁ ଅନଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହେବ । ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ କାଉଣ୍ଟରରେ ଟିକେଟ ବ୍ୟବସ୍ଥା ହୋଇନାହିଁ । PAYTM Insider ରେ ଟିକେଟ ଉପଲବ୍ଧ ହେବ । ଆସନ୍ତା ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ସମାରୋହ ହେବ । ଏଥିରେ ଅଭିନେତା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ଲାଇଭ ସୋ ଦେଖିବାକୁ ମିଳିବ ।

ଅନ୍ୟପଟେ ରାଉରକେଲା ରେ ହକି ବିଶ୍ୱକପ୍ ଫିଭର । ବିଶ୍ୱକପ୍ ପାଇଁ ରାଉରକେଲାରେ ଭାରତୀୟ ଟିମ୍ ପହଞ୍ଚି ସାରିଥିବା ବେଳେ ନୂଆ ଟର୍ଫରେ କରିବେ ଅଭ୍ୟାସ । ଗତକାଲି ଖେଳାଳିମାନେ ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ରାସ୍ତାରେ ହକିପ୍ରେମୀମାନେ ଏକାଠି ହୋଇ ଚକ୍ ଦେ ଇଣ୍ଡିଆ ନାରା ଦେବା ସହ ହକି ଖେଳାଳିଙ୍କୁ ସ୍ୱାଗତ କରିଥିଲେ ।

ଆସନ୍ତା ଜାନୁଆରୀ ୧୩ରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ପେନ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିବ । ଅଧିନାୟକ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ୧୮ଜଣ ଖେଳାଳି ଆସିଛନ୍ତି । ଆସନ୍ତା ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍‌ ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା

ତେବେ ବିଶ୍ୱକପ୍ ହକି ବେଳେ ଟ୍ରାଫିକ୍ ବ୍ୟବସ୍ଥା ଶୃଙ୍ଖଳିତ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ନଥିବାରୁ ପୋଲିସକୁ ହଟହଟା ହେବାକୁ ପଡ଼ିପାରେ । ଏହାକୁ ନଜରରେ ରଖି କେତେକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି ପୋଲିସ । ଆମ୍ବୁଲାନସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ବେଆଇନ ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଏଥିଲାଗି ୧୫ରୁ ୨୦ ପ୍ଲାଟୁନ୍ ଫୋର୍ସ ନିଯୋଜିତ କରାଯାଉଛି । ସହରର ୩୨ଟି ପଏଣ୍ଟରେ ୨୦୦ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ତା’ଉପରେ କଡ଼ା ନଜର ରହିବ ।

ଭୁବନେଶ୍ୱର ଟ୍ରାଫିକ ଷ୍ଟାଫ୍ ବ୍ୟତୀତ ୫ ଡିଏସ୍‌ପି, ୧୮ ଏସ୍‌ଆଇ, ଏଏସ୍‌ଆଇ ଏବଂ ଅଧିକ କନେ୍ଷ୍ଟବଳଙ୍କୁ ନିଯୋଜିତ କରାଯାଇଛି । ହକି ବିଶ୍ୱକପ୍ ଲାଗି ଏକ ଯୋଜନାବଦ୍ଧ କଣ୍ଟ୍ରୋଲ୍ ରୁମ୍ ଗଠନ କରାଯାଇଛି । ସେଠାରେ ମିଡିଆ ସେଲ ରଖାଯିବା ସହ ସହର ମଧ୍ୟରେ କିଛି ଜାମ୍ ଏବଂ ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ବିଭିନ୍ନ ଥାନାକୁ ସୂଚନା ଦିଆଯିବ । ଏହାଛଡା ଏନ୍‌ଫୋର୍ସ ଟିମ୍ ମଧ୍ୟ ଗଠନ କରାଯାଇଛି । ଟ୍ରାଫିକ, ବିଏମ୍‌ସି ଏବଂ ଅନ୍ୟ ବିଭାଗକୁ ନେଇ ମୋବାଇଲ ଟିମ୍ ଗଠନ କରାଯାଇଛି ।