Advertisment

‘ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବନି’

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍‌ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Hockey World Cup

Odisha Hockey World Cup

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍‌ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବ ନାହିଁ।  ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା କହିଛନ୍ତି।   

Advertisment

ଓଡ଼ିଶାରେ ହକି ମହାକୁମ୍ଭ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଆସନ୍ତା ୧୩ରୁ ଭୁବନେଶ୍ୱର ଏବଂ ରାଉରକେଲାରେ ହେବ ହକି ବିଶ୍ୱକପ୍ ମ୍ୟାଚ୍‌।  ରାଉରକେଲାରେ ଷ୍ଟାଡିୟମ୍‌ରେ ୧୬ଟି ଅଂଶଗ୍ରହଣ କାରୀ ଦଳ ରହିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ହୋଟେଲ ତାଜ୍ ଗ୍ରୁପ୍ ସେଠାରେ ପରିଚାଳନା ଦାୟିତ୍ୱରେ ରହିବ। 

ସେପଟେ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ଆଗାମୀ ଦିନରେ ହେବାକୁ ଥିବା ହକି ବିଶ୍ୱକପ୍ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ। ବିଶ୍ୱକପ୍‌ର ସୁପରିଚାଳନା ଯଥା ଖେଲାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ। ସେହିପରି ସାଇବର କ୍ରାଇମ୍, ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ପ୍ରାଥମିକତା ରହିବ ବୋଲି ସୁନୀଲ ବଂଶଲ କହିଛନ୍ତି। 

Advertisment
Hockey World Cup 2023 Hockey World Cup
Advertisment
Advertisment