• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାଇରାଲ ହେଉଛି ବିରୁଷ୍କାଙ୍କ ଫଟୋ । ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ହେଉଛନ୍ତି ବିରୁଷ୍କା । ଉଭୟ ଉଭୟଙ୍କ ଫଟୋ ପୋଷ୍ଟ କରିଛନ୍ତି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରେ । ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଫ୍ୟାନ୍ସମାନଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସିଛି ବିରାଟ ଓ ଅନୁସ୍କାଙ୍କ ଫଟୋ । ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Virat Kohli (@virat.kohli)

ଗତ ସପ୍ତାହରେ ସେମାନେ ଭାରତରୁ ଦୁବାଇ ଅଭିମୁଖେ ବାହାରିଥିଲେ । ଦୁବାଇରେ ପହଞ୍ଚିବା ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟୋଦୟ ଫଟୋ ପୋଷ୍ଟ କରିଛନ୍ତି ବିରାଟ କୋହଲି । ଫଟୋରେ ବିରାଟ ଓ ଅନୁସ୍କା ଉଭୟ ବିପରୀତ ଦିଗକୁ ଚାହିଁ ରହିଥିବା ବେଳେ ଏକ ସୁନ୍ଦର ଫଟୋ ଉତ୍ତୋଳନ କରାଯାଇଛି । ସେହି ଫଟୋକୁ ପୋଷ୍ଟ କରି ସେଥିରେ ବିରାଟ ଲେଖିଛନ୍ତି, ‘ଟୁ ଦ ଲାଷ୍ଟ ସନ୍‌ରାଇଜ୍‌ ଅଫ୍ ୨୦୨୨’ । ଯାହାକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି ।

Anuska SharmaAnuska Sharma

ସେହିଭଳି ଅନୁସ୍କା ମଧ୍ୟ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ ବିରାଟ କୋହଲି ଏବଂ ଅନୁସ୍କା ରହିଛନ୍ତି । ସେଥିରେ ଅନୁସ୍କା ଲେଖିଛନ୍ତି, ‘ ଦ ସିଟି, ଅସ୍, ଲାଷ୍ଟ ନାଇଟ୍’ । ଏହାସହ ଆଉ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଅନୁସ୍କା । ଯେଉଁଥିରେ ଏକ ସୁନ୍ଦର ସିନେରୀ ରହିଛି । ସେଥିରେ ସେ ଦୁବାଇ ୟୁଏଇ ବୋଲି ଟାଗ୍‌ କରିଛନ୍ତି ।

 

ଗତ ୨୦୧୭ରେ ବିରାଟ ଓ ଅନୁସ୍କା ବିବାହ କରିଥିଲେ । ଇଟାଲିରେ ରାଜକୀୟ ଠାଣିରେ ଅତି ନିକଟତର ଲୋକଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ । ୨୦୨୧ ଜାନୁଆରୀରେ ଅନୁସ୍କା ଏକ କନ୍ୟା ସନ୍ତାନ (ଭାମିକା)କୁ ଜନ୍ମ ଦେଇଛନ୍ତି ।

ତେବେ ଦୁବାଇ ଅଭିମୁଖେ ବାହାରିବା ବେଳେ ମୁମ୍ବାଇର ପାପାରାଜି ଏୟାରପୋର୍ଟରେ ବିରୁଷ୍କା ସମସ୍ତଙ୍କୁ ’ହାପି ହଲିଡେଜ୍‌’ ଶୁଭେଚ୍ଛା ଜଣାଇଥିଲେ ।