Advertisment

ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆ କ୍ରିକେଟର ଋଷଭ୍ ପନ୍ତ ଗୁରୁତର

ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍‌ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rishabh Pant Car Accident

Cricketer Rishabh Pant Car Accident

ସଡ଼କ ଦୁର୍ଘଟଣାରେ ଭାରତୀୟ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ମର୍ସିଡିଜ୍‌ କାର୍‌ରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଦିଲ୍ଲୀ-ଡେରାଡୁନ୍‌ ହାଇୱେର ରୁର୍କୀ ବର୍ଡର ନିକଟରେ ଆଜି ସକାଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି। ଗୁରୁତର ଅବସ୍ଥାରେ ପନ୍ତଙ୍କୁ ପ୍ରଥମେ ରୁର୍କୀର ସକ୍ଷମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡେରାଡୁନ୍‌ର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଜଳି ଯାଇଥିଲା। ଫଳରେ ପନ୍ତ ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି। ତେବେ ସେ ଗୁରୁତର ନଥିବା ପୋଲିସ୍‌ ସୂଚନା ଦେଇଛି। ଦୁର୍ଘଟଣା ବେଳେ ଋଷଭ୍ ପନ୍ତ କାର୍‌ରେ ଏକାକୀ ହିଁ ଥିଲେ। ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସେ କାର୍‌ର ୱିଣ୍ଡୋ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ।

Advertisment

ସୂଚନାଥାଉ କି, ଖ୍ରୀଷ୍ଟମାସ୍‌ ପାଳନ ପାଇଁ ପନ୍ତ ଦୁବାଇରେ ଥିଲେ। ମା’ଙ୍କୁ ସର୍‌ପ୍ରାଇଜ୍‌ ଦେବା ସହ ନୂଆବର୍ଷ ପାଳନ ପାଇଁ ରୁର୍କୀ ସ୍ଥିତ ଘରକୁ ଫେରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ଅଧିକ ପଢ଼ନ୍ତୁ: ଟି-୨୦ ଆନ୍ତର୍ଜାତିକ ପାଇଁ କ’ଣ ଫିଟ୍ ନୁହନ୍ତି ପନ୍ତ?

Team India Road Accident Cricket Rishabh Pant Car Accident
Advertisment
Advertisment