/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672416793.jpg)
Some unkhown facts related with Football player Pele
ମହାନ ଫୁଟବଲ ଖେଳାଳି ପେଲେ ଆଉ ଆମ ସହିତ ନାହାଁନ୍ତି। ୮୨ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କୁ କେବଳ ପେଲେ ଭାବେ ନୁହେଁ ସେ ବ୍ଲାକ୍ ପର୍ଲ ଏବଂ ବ୍ଲାକ୍ ଡାଇମଣ୍ଡ ଭାବରେ ମଧ୍ୟ ଜଣାଶୁଣା। ବ୍ରାଜିଲ୍ର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍ ପେଲେ ଦେଶକୁ ୩ ଫିଫା ବିଶ୍ୱକପ ଜିତେଇଥିଲେ। ଆଜି ବି ତାଙ୍କୁ ଏହି ପ୍ରସଙ୍ଗରେ ଶୀର୍ଷରେ ରଖାଯାଇଛି।
ସେ ମେସି, ରୋନାଲ୍ଡୋ କିମ୍ବା ଏମ୍ବାପେ ହୁଅନ୍ତୁ, ତାଙ୍କ ରେକର୍ଡ ଏପର୍ଯ୍ୟନ୍ତ ଦୁନିଆର କୌଣସି ଫୁଟବଲର୍ ଭାଙ୍ଗି ନାହାନ୍ତି। ତାଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ରରେ କଟିଥିଲା। ତାଙ୍କ ବାପା ଝାଡୁଦାର ଭାବେ କାମ କରି ତାଙ୍କର ଲାଳନପାଳନ କରିଥିଲେ। ଆସନ୍ତୁ ତାଙ୍କର କିଛି ରୋଚକ କାହାଣୀ ଜାଣିନେବା।
ଚା’ ଷ୍ଟଲ୍ରେ କରୁଥିଲେ କାମ:
ପେଲେ ଖୁବ୍ କମ୍ ବୟସରେ ଫୁଟବଲ୍ ଖେଳିବା ଆରମ୍ଭ କରିଥିଲେ। ସେ ବ୍ରାଜିଲର ସାଓ ପାଉଲୋ ଗଳିରେ ଫୁଟବଲ୍ ଖେଳିବା ଆରମ୍ଭ କରିଥିଲେ। ପେଲେ ଫୁଟବଲରେ ତାଙ୍କ କ୍ୟାରିୟର ଏମିତି ସେମିତିରେ କରି ନଥିଲେ, ସେ ଏହା ପଛରେ କଠିନ ପରିଶ୍ରମ କରିଥିଲେ। ଫୁଟବଲ୍ ପୂର୍ବରୁ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସେ ଏକ ଚା’ ଷ୍ଟଲ୍ରେ ମଧ୍ୟ କାମ କରୁଥିଲେ।
ନାଁ କାହିଁକି ପେଲେ:
ପିଲାଦିନରୁ ଫୁଟବଲ ପ୍ରତି ଆଗ୍ରହୀ ଥିବା ପେଲେ ଜନ୍ମ ହେବା ମାତ୍ରେ ତାଙ୍କ ନା’ ‘ଏଡିସନ୍’ ରଖାଯାଇଥିଲା। ତାଙ୍କ ପରିବାର ସଦସ୍ୟ ତାଙ୍କୁ ସ୍ନେହରେ ‘ଡିକୋ’ ବୋଲି ଡାକୁଥିଲେ। ତାଙ୍କ ବାପା ବ୍ରାଜିଲ୍ର ବଡ଼ କ୍ଲବ ଫ୍ଲୁମିନୀଜ୍ ପାଇଁ ଖେଳିଥିଲେ। କିନ୍ତୁ ଟଙ୍କା ଅଭାବରୁ ତାଙ୍କୁ ଜଣେ ଝାଡୁଦାର ହେବାକୁ ପଡିଲା। ପେଲେ ତାଙ୍କ ଅଞ୍ଚଳର ସ୍ଥାନୀୟ କ୍ଲବ ଭାସ୍କୋ ଡା ଗାମାର ଗୋଲକିପର ବିଲେଙ୍କୁ ଖୁବ ପସନ୍ଦ କରୁଥିଲେ। ଯେତେବେଳେ ସେ ସ୍କୁଲ୍ରେ ଫୁଟବଲ ଖେଳିବା ଆରମ୍ଭ କଲେ, ତାଙ୍କ ସାଙ୍ଗମାନେ ତାଙ୍କୁ ପେଲେ ବୋଲି କହିବା ଆରମ୍ଭ କଲେ। ସେବେଠାରୁ ତାଙ୍କର ନା’ ପେଲେ ହୋଇଗଲା।
Pele and his wife Rosemeri pose for a photo with their daughter Kellyମୋଜାରେ ଫୁଟବଲ କରି ଖେଳୁଥିଲେ:
ଯେତେବେଳେ ପେଲେ ପିଲାବେଳେ ସାଙ୍ଗମାନଙ୍କ ସହିତ ଗଳିରେ ଫୁଟବଲ୍ ଖେଳୁଥିଲେ ସେତେବେଳେ ସେ ଖୁବ ଗରିବ ଥିଲେ। ଫୁଟ୍ବଲ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଏନେଇ ତାଙ୍କୁ ମୋଜାରେ ଫୁଟବଲ ତିଆରି କରି ଖେଳିବାକୁ ପଡୁଥିଲା। ତେଣୁ ସେ ମୋଜା ଭିତରେ ଜୋତାରେ ଖବରକାଗଜ ଭର୍ତ୍ତି କରି ଦଉଡିରେ ବାନ୍ଧି ଫୁଟ୍ବଲ ପରି କରୁଥିଲେ ଆଉ ଖାଲି ପାଦରେ ଖେଳୁଥିଲେ।
Pele and English soccer star David Beckham୩ ବିଶ୍ୱକପ୍ ବିଜେତା:
ପେଲେ ତାଙ୍କ କ୍ୟାରିୟରରେ ସର୍ବାଧିକ ବିଶ୍ୱକପ୍ ହାସଲ କରିଛନ୍ତି। ସେ ୪ଟି ବିଶ୍ୱକପ୍ ଖେଳିଥିଲେ, ସେଥିମଧ୍ୟରୁ ସେ ୩ ଟି ଜିତିଥିଲେ। ପ୍ରଥମ ବିଶ୍ୱକପ ସ୍ୱିଡେନ୍ରେ (୧୯୫୮), ଚିଲିରେ ଦ୍ୱିତୀୟ (୧୯୬୨) ଏବଂ ତୃତୀୟ ମେକ୍ସିକୋଟି (୧୯୭୦)ରେ ଜିତିଥିଲେ। ସେ ୧୯୬୬ ବିଶ୍ୱକପ ଜିତିପାରି ନଥିଲେ। ସେହି ସମୟରେ ଇଂଲଣ୍ଡ ଟ୍ରଫି ଜିତିଥିଲା।
Soccer player Neymar and Brazilian soccer legend Peleଫୁଟବଲରୁ ଅବସର:
ସାଣ୍ଟୋସ୍ରେ ଖେଳିବା ପରେ ପେଲେ ତାଙ୍କର କିଛି ବର୍ଷ ଆମେରିକାରେ ବିତାଇଥିଲେ। ସେ ନ୍ୟୁୟର୍କ ଟିମ୍ ନ୍ୟୁୟର୍କ କସ୍ମୋସ ସହିତ ଖେଳୁଥିଲେ। ଆମେରିକାରେ ସେ ୬୪ ମ୍ୟାଚ୍ ଖେଳି ୩୭ ଗୋଲ୍ ସ୍କୋର କରିଥିଲେ। ଏହା ପରେ ସେ ୩୬ ବର୍ଷ ବୟସରେ ୧୯୭୭ ରେ ଅବସର ନେଇ ଫୁଟବଲରୁ ବିଦାୟ ନେଇଥିଲେ।
Soccer player Cristiano Ronaldo receives the trophy from former Brazilian soccer star Pele ଅନ୍ୟାନ୍ୟ ରୋଚକ କଥା:
- ପେଲେଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେ ସାଣ୍ଟୋସ୍ ପାଇଁ ଦସ୍ତଖତ କରିଥିଲେ।
- ସେ ୭ ସେପ୍ଟେମ୍ବର ୧୯୫୬ରେ ଏଫ୍ସି କରିନ୍ଥିଆନ ବିପକ୍ଷ ମ୍ୟାଚରେ ଲିଗ୍ ଡେବ୍ୟୁରେ ୪ଟି ଗୋଲ୍ ସ୍କୋର କରିଥିଲେ।
- ୧୭ ବର୍ଷ ବୟସରେ, ପେଲେ ବିଶ୍ୱକପ୍ର ସର୍ବକନିଷ୍ଠ ବିଜେତା ହୋଇଥିଲେ।
- ଘରୋଇ ଦଳ ସ୍ୱିଡେନ୍ ବିପକ୍ଷରେ ଫାଇନାଲ୍ରେ ସେ ଦୁଇଥର ସ୍କୋର କରିଥିଲେ।
- ବ୍ରାଜିଲ ପାଇଁ ୭୭ ସହିତ ପେଲେ ମୋଟ ୧,୨୮୩ ପ୍ରଥମ ଶ୍ରେଣୀ ଗୋଲ ସ୍କୋର କରିଥିଲେ
- ସେ ୧୯୯୯ରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଦ୍ୱାରା ଶତାବ୍ଦୀର ଆଥ୍ଲେଟ୍ ଭାବରେ ମନୋନୀତ ହୋଇଥିଲେ।
- ୧୯ ନଭେମ୍ବର ୧୯୬୯ ରେ, ପେଲେ ତାଙ୍କର ୧୦୦୦ତମ କ୍ୟାରିୟର ଗୋଲ ସ୍କୋର କରିଥିଲେ। ଏହି କାରଣରୁ ଏହି ଦିନକୁ 'ପେଲେ ଡେ' ଭାବରେ ପାଳନ କରାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)