• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Election
ଜମିଲାଣି ପ୍ରଚାର, ମଇଦାନକୁ ଓହ୍ଲାଇଲେଣି ତିନି ଦଳର ପ୍ରାର୍ଥୀ

ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି ।

Election
ପାଣି ନାହିଁ ତ ପ୍ରଚାର ନାହିଁ, ଶୋଭାଯାତ୍ରା ଆଗରେ ହାଣ୍ଡି, ମାଠିଆ ରଖିଲେ ଲୋକେ

ପାଣି ପାଇଁ ବିଧାୟକଙ୍କ ପ୍ରଚାରକୁ ଅଟକାଇଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ସୋରଡ଼ାରେ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି ।

Rourkela
ରାଉରକେଲାରେ କିଏ ମାରିବ ବାଜି ? ସାରଦା ଓ ଦିଲୀପଙ୍କ ଉପରେ ସମସ୍ତଙ୍କ ନଜର

ଗତ ୨୦୧୪ ନିର୍ବାଚନ ଭଳି ଏଥର ମୈଦାନରେ ଦୁଇ ପୁରୁଖା ନେତା । ୨୦୧୪ରେ ଦୁଇ ନେତା ଦିଲୀପ ରାୟ ଓ ସାରଦା ପ୍ରସାଦ ନାୟକ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ସେଥିରେ ଦିଲୀପ ବାଜି ମାରିନେଇଥିଲେ।

Election
ମୁଣ୍ତ ଉପରେ ନିର୍ବାଚନ, କେବେ ସରିବ ଟିକେଟ ଘୋଷଣା?

ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Congress Bhawan
ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ଭବନରେ ଭଙ୍ଗାରୁଜା, ଗେଟ୍‌ ତାଲା ପକାଇଲେ ଯୁବ କଂଗ୍ରେସ କର୍ମୀ

ଜାଣିଶୁଣି କଂଗ୍ରେସକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଭବନ ଗେଟ୍‌ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ ।

Prabodh Tirkey
ଟିକେଟ୍‌ କାଟିଲା କଂଗ୍ରେସ, ଦଳରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

BJD Ticket tension
ବିଦ୍ରୋହ ପ୍ରଶମିତ ପାଇଁ ମହିଳା କାର୍ଡ?

ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ। ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି । ଏସବୁ ଭିତରେ କିନ୍ତୁ ଆହୁରି ୧୨ ଟିକେଟ୍ ଘୋଷଣା କରିବାକୁ ବାକି ଥିବାବେଳେ ବହୁ ଆଶାୟୀ କାରଣରୁ ସୁପ୍ରିମୋଙ୍କ ପାଇଁ ପ୍ରାର୍ଥୀ ଚୟନ ବେଶ୍ ଚାଲେଞ୍ଜିଂ ହେବ।

BJD
ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ

ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ । ବଡ଼ଚଣାରୁ ବିଧାୟକ ଅମର ଶତପଥୀଙ୍କୁ କାଟି ତାଙ୍କ ସ୍ଥାନରେ ଦି ଦିନ ପୂର୍ବରୁ ଶଙ୍ଖ ଧରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି, ଆଉ ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼ ।

Amit shah
‘ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି’

ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢ଼େଇ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବା ନିଷ୍ପତ୍ତି ପଛରେ କାରଣକୁ ସାମ୍ନାକୁ ଆଣି, ଗତକାଲି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଅମିତ୍ ଶାହ । ପ୍ରଥମ ଥର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ଏମିତି ମନ୍ତବ୍ୟ ଆସିବା ପରେ ଉତ୍ସାହିତ ବିଜେପି ନେତା ଓ କର୍ମୀ ।

Sidharth Routray
‘ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି’

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।

Amit shah
ଶାହଙ୍କ ବୟାନ ପରେ ଉତ୍ସାହିତ ରାଜ୍ୟ ବିଜେପି; ବୈଜୟନ୍ତ କହିଲେ, ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଥିଲା ବିଜେଡି

ନବୀନଙ୍କ ସହ ସାମ୍ନାସାମ୍ନି ଲଢିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢେଇ ।

BJD
ବିଜେଡି ଖେଳିଲା ସରପ୍ରାଇଜ୍ କାର୍ଡ; ବଡ଼ଚଣାରେ ବର୍ଷା ଇନ୍, ଅମର ଆଉଟ୍

ଆଗରୁ କ୍ରାଉଡ୍ ପୁଲର୍ ଭାବେ ଦଳ ପାଇଁ ପ୍ରଚାର କରୁଥିଲେ। ଦି' ଦିନ ତଳେ ଶଙ୍ଖ ଧରୁ ଧରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଟିକେଟ୍ ଧରାଇଦେଲା ବିଜେଡି। ତାହା ପୁଣି ବଡ଼ଚଣାରୁ, ଛ ଥରର ବିଧାୟକ ଅମର ଶତପଥୀଙ୍କ ସିଟରୁ।

BJD Ticket tension
ବିଜେଡି ଖେଳିଲା ମହିଳା କାର୍ଡ; ଷଷ୍ଠ ପର୍ଯ୍ୟାୟରେ ୪ ମହିଳାଙ୍କ ନାଁ, କଟିଲା ୫ ବିଧାୟକଙ୍କ ଟିକେଟ୍

ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ । ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି।

Congress
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା; ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ

୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।

Amar Satpathy
ଟିକେଟ୍‌ କଟିବା ପରେ ବଢ଼ୁଛି ଅସନ୍ତୋଷ, ଅମରଙ୍କ ବାସଭବନରେ ମେଳି କଲେ ସମର୍ଥକ

୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍‌ କାଟିଛି ବିଜେଡି। ଅମରଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିଛି ଦଳ ।

Prasanna Kumar Patasani
ଅସନ୍ତୋଷ ଝାଡ଼ିଲେ ପାଟ୍ଟଶାଣୀ; କହିଲେ, ମୋତେ ବାଧୁଛି, ବିଜୁ ଲିଗାସି ଆଉ ନାହିଁ..

ରଘୁନାଥ ସାହୁ ଚିଲିକା ବିଧାନସଭା ଆସନରେ ବିଜେଡିରୁ ନିର୍ବାଚନ ଲଢ଼ିବେ। ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ପରେ ସାମ୍ନାକୁ ଆସିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍ ବାର୍ତ୍ତା।

Samir Dash
ଟିକେଟ୍ କଟିବା ପରେ ଶକ୍ତି ଦେଖାଇଲେ ସମୀର, ନିମାପଡ଼ାରେ କଲେ ବିରାଟ ସମାବେଶ

ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି ।

Baijayant Panda
‘ରାଜ୍ୟରେ ଭର୍ଚୁଆଲ୍ ଆଉ AI ପ୍ରଚାର ଚାଲିଛି, ଶାସକ ଦଳ ନେତା ମିଡିଆ ସାମ୍ନାରେ କହୁନାହାନ୍ତି’

ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କଣ ହେବ, ତାହା ସମସ୍ତେ ଜାଣିଛନ୍ତି।

BJD Ticket
ବିଜେଡି କାଟିଲା ଅମର-ଶଶି-ମିନାକ୍ଷୀ-ଜ୍ୟୋତି-ସୁଧାଂଶୁଙ୍କ ଟିକେଟ

ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି । 

Election campaign
ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍

ନିର୍ବାଚନକୁ ନେଇ ଉଠୁଛି ପଡୁଛି ଗାଁ ଓ ସହର । ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣା ଯାଉଛି । ବିଶେଷ କରି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍ ।

Prasanna Patasani
‘ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼’

ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।

Narla assembly constituency
କିଏ ଜିତିବ ୨୦୨୪ ବାଜି ? ନର୍ଲାରେ କାହା ମୁଣ୍ତରେ ରହିବ ସୁନା ମୁକୁଟ

କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନର୍ଲା ବିଧାନସଭା ଆସନ । ହେଭିୱେଟ୍ ମାନଙ୍କ ହୋମ୍ ଗ୍ରାଉଣ୍ଡ୍ । ନର୍ଲା, ଏମ୍. ରାମପୁର, କର୍ଲାମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତ ଏବଂ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ରାଜନୀତି କ୍ଷେତ୍ରରେ ବେଶ୍ ଆଗୁଆ ।

BJD Candidate List
ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ବଡ଼ଚଣାରୁ ଲଢ଼ିବେ ବର୍ଷା

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ମିଳିଲା ସରପ୍ରାଇଜ୍, ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha Politics
ଭଞ୍ଜନଗରରେ BJD ନେତାଙ୍କ ପାଇଁ ଏହା ଶୁଭ ନା ଅଶୁଭ !

ବେଲଗୁଣ୍ଠା ବ୍ଲକ୍‌ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଶୁକ୍ରବାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ।

Chiranjib Biswal
Viral Video: ସମର୍ଥକଙ୍କୁ ପ୍ରତିଶ୍ରୁତି ଛଳରେ BJD ଉପରେ ଚିରଞ୍ଜୀବଙ୍କ କ୍ଷୋଭ !

କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।