କମ୍ପୁଛି ନିର୍ବାଚନୀ ମଇଦାନ। କିଏ ଜିତିବ ଜନତାଙ୍କ ମନ ? କିଏ ହରାଇବ ଅମାନତ ? ସାଧାରଣ ନିର୍ବାଚନ ଲାଗି ଭୋଟରଙ୍କ ପାଖରେ ପହଞ୍ଚିଲେଣି ପ୍ରାର୍ଥୀ।
ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।
ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।
ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର ।
ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।
ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ସୁନନ୍ଦା।
କାକଟପୁରରେ ସ୍ୱାଧୀନ ଲଢ଼ିବାକୁ ସୁର ସେଠୀଙ୍କ ଚେତାବନୀ । ଟିକେଟ୍ ଗୋଳମାଳ ନେଇ କଂଗ୍ରେସରେ ବି ବିଦ୍ରୋହର ସ୍ୱର ।
ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ସ୍ଥାନରେ ସାରଦା ପ୍ରସନ୍ନଙ୍କୁ ଟିକେଟ୍ । ବିରୋଧ ସତ୍ତ୍ବେ କାକଟପୁରରେ ତୁଷାରକାନ୍ତି ବେହେରା ରିପିଟ୍ ।
ଦଳ ପାଇଁ ବହୁତ କାମ କରିଥିଲେ, ଦଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।
୨୦୨୪ରେ ବଦଳିବ କି ରାଉରକେଲାରେ ରାଜନୈତିକ ରଙ୍ଗ ? ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କାହାକୁ ? ନା ନୂଆ ଚେହେରାକୁ ଇସ୍ପାତ ନଗରୀର ମୁକୁଟ ପିନ୍ଧାଇବେ ଭୋଟର ?
୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା ।
କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।
ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ଅସନ୍ତୁଷ୍ଟ । ପ୍ରଥମେ ସୁନୀତା ଓ ରଘୁନନ୍ଦନଙ୍କ ପରେ ବର୍ତ୍ତମାନ ଅସନ୍ତୋଷ ଝାଡ଼ିଛନ୍ତି ସୁରେନ୍ଦ୍ର ସେଠୀ । ତୁଷାରକାନ୍ତିଙ୍କୁ ଟିକେଟ ପରେ ବର୍ଷିଛନ୍ତି ସୁରେନ୍ଦ୍ର ସେଠୀ ।
ଟିକେଟ୍ କଟିବା ପରେ ଆଜି କିଛି ବିଜେଡି ବିଧାୟକ ଓ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟିକେଟ କଟିବା ପରେ ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟକ ସୁନନ୍ଦା ଦାସ ।
ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି ।
ଗ୍ରୀଷ୍ମ ପ୍ରବାହରେ ନିର୍ବାଚନ ପ୍ରଚାରକୁ ନେଇ ଏବେ ବଢ଼ିଛି ଚିନ୍ତା । ଭାରତୀୟ ପାଣିପାଗ ବିଭାଗ ସହ ନିର୍ବାନ କମିଶନ ପ୍ରତିଟି ସ୍ଥିତି ଉପରେ ନଜର ରଖିଛି । ଆଜି ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ସରକାରୀ ଚାକିରୀ କରି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପ୍ରଚାର କରି ଆସୁଥିଲେ। ଏ ନେଇ ବିଭାଗ ଜାଣିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ।
ଅସହ୍ୟ ହେଲାଣି ତାତି। ମୁଣ୍ତ ଉପରେ ନିର୍ବାଚନ। ତେବେ ପ୍ରଚଣ୍ତ ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି।
ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ।
କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ବିଜେଡି ସଭାରେ ଚମ୍ପେଶ୍ବର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧିଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।
କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।
ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।
କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।
ଗତକାଲି ସମୀର ଦାଶଙ୍କ ନିମାପଡା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍କା ।