• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶାରେ କାହିଁକି ଏକାକୀ ଲଢିବାକୁ ନିଷ୍ପତ୍ତି ନେଲା ବିଜେପି ? ଆଉ କେମିତି ହେବ ବିଜେଡି ସହ ଫାଇଟ୍ ? କ’ଣ ହେବ ପ୍ରସଙ୍ଗ ? ଆଭିମୁଖ୍ୟ ସ୍ପଷ୍ଟ କଲେ କେନ୍ଦ୍ରୀୟ ନେତୃତ୍ୱ । ଗତକାଲି ଶାହ କହିଥିଲେ ମେଣ୍ଟ ନହେବା ପାଇଁ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କର ଦୃଢ଼ ମତ ଥିଲା । ଖାଲି କାର୍ଯ୍ୟକର୍ତ୍ତା ନୁହେଁ, ପୂରା ଓଡ଼ିଶାବାସୀଙ୍କର ବି ଏହି ଦୃଢ଼ ମତ ଥିଲା । ଯେଉଁଥିପାଇଁ ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ହୋଇଥିବା ସ୍ପଷ୍ଟ କରିଥିଲେ ଶାହ। ଏହା ବି କହିଥିଲେ, ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ଅଲଗା ଲଢେଇ ପାଇଁ ନିଷ୍ପତ୍ତି ନେଲୁ । ସ୍ପଷ୍ଟ କରିଥିଲେ ଏବେ କୌଣସି ଦ୍ୱନ୍ଦ୍ୱ ନାହିଁ, ନବୀନଙ୍କ ସହ ସାମ୍ନାସାମ୍ନି ଲଢେଇ ହେବ। ସେହିପରି ଯେଉଁଠି ମୋଦିଙ୍କ ସରକାର ଅଛି ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି । ତେଣୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବି ବିକାଶ ପାଇଁ ବିଜେପିକୁ ସୁଯୋଗ ଦେବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଅମିତ ଶାହ। କେନ୍ଦ୍ରୀୟ ନେତୃତ୍ୱଙ୍କ ଏମିତି ସ୍ପଷ୍ଟୋକ୍ତି ପରେ ଉତ୍ସାହିତ ରାଜ୍ୟ ବିଜେପିର ନେତା ଓ କର୍ମୀ ।

ଏପଟେ ଶାହଙ୍କ ମନ୍ତବ୍ୟକୁ କଟାକ୍ଷ କରିଛି ବିଜେଡି, କହିଛି ପ୍ରଥମ ଥର ପାଇଁ ବିଜେପି ଓଡ଼ିଶା ଅସ୍ମିତା, ସଂସ୍କୃତି କଥା କହୁଛି । ହେଲେ ନବୀନ ସବୁବେଳେ ଓଡ଼ିଶା ଅସ୍ମିତା ପାଇଁ କାମ କରି ଆସୁଛନ୍ତି । ଅନ୍ୟପଟେ କଂଗ୍ରେସର ଅଭିଯୋଗ ସବୁ ଭିତିରି ବୁଝାମଣାରେ ଚାଲିଛି । ଖାଲି ଆଇ ୱାସ୍ ପାଇଁ ଏମିତି ମନ୍ତବ୍ୟ ।

ବାରମ୍ବାର ବିଜେପିର ରାଜ୍ୟ ନେତୃତ୍ୱ ସମାନ କଥା କହି ଆସୁଥିବା ବେଳେ, ପ୍ରଥମ ଥର ପାଇଁ ତାଙ୍କ ସହ ସ୍ୱର ମିଳାଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଯଦିଓ ରାଜ୍ୟ ବିଜେପିର ଏଯାଏଁ ସଂପୂର୍ଣ୍ଣ ପ୍ରାର୍ଥୀ ଘୋଷଣା ସରି ନାହିଁ କି ହାଇଭୋଲଟେଜ ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଶାହଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚା ହେଉଛି ଆକ୍ସନ ମୁଡ୍‌ରେ ବିଜେପି । ଖୁବ୍‌ଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ନେତା । ମୋଦି, ନଡ୍ଡା, ଶାହା, ଯୋଗୀଙ୍କ ଭଳି ଏକାଧିକ ହେଭିୱେଟ ପ୍ରଚାର ମଇଦାନକୁ ଓହ୍ଲାଇବେ । ରାଜନୈତିକ ସମୀକ୍ଷକଙ୍କ ମତରେ କେନ୍ଦ୍ର ନେତୃତ୍ୱଙ୍କ ପକ୍ଷରୁ ସ୍ପଷ୍ଟୋକ୍ତି ଆସିବା ପରେ ଲଢେଇ ଜୋରଦୋର ହୋଇପାରେ। ଏବେ ଦେଖିବାର କଥା ଶାହାଙ୍କ ଏହି ମନ୍ତବ୍ୟ ନିର୍ବାଚନୀ ମାହୋଲ ଉପରେ କ’ଣ ପ୍ରଭାବ ପକାଉଛି ।