• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଆସନ୍ତା ୨୫ ତାରିଖରେ ସୋନପୁରରେ ଜନ ସମାବେଶକୁ ସମ୍ବୋଧନ କରିବେ ଶାହ । ପରେ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ନିର୍ବାଚନୀ ରଣନୀତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଅମିତ ଶାହ ଆଲୋଚନା କରିବେ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ ।