• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିର୍ବାଚନ କୁ ନେଇ ଉଠୁଛି ପଡୁଛି ଗାଁ ଓ ସହର । ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣା ଯାଉଛି । ବିଶେଷ କରି ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍ । ନିର୍ବାଚନକୁ ନେଇ ସରଗରମ ଏବେ ରାଜ୍ୟ ରାଜନୀତି ।

ସବୁଠି ଖାଲି ନିର୍ବାଚନୀ ଆଲୋଚନା । କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଚାଲିଛି । ପ୍ରାର୍ଥୀ ମାନେ ସବୁପ୍ରକାର ଉଦ୍ୟମ କରୁଛନ୍ତି ନିର୍ବାଚନ ବୈତରଣୀ ପାର ହେବା ପାଇଁ । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ପ୍ରାର୍ଥୀନୀ । ବିଶେଷ କରି ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଉଛି ।

ହ୍ଵାଟ୍ସଆପ, ଫେସବୁକ ମାଧ୍ୟମରେ ନିଜ ସପକ୍ଷରେ ପ୍ରଚାର କରାଯାଉଛି । ସବୁଠାରୁ ଗୁରୁତ୍ୱ ଦିଆଯାଉଛି ଗୀତ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ । ଖଡ଼ିଆଳ ସ୍ଥିତ ସ୍ୱସ୍ତିକ ଷ୍ଟୁଡ଼ିଓ ଓ ମହାଦେବ ଷ୍ଟୁଡ଼ିଓରେ ଗୀତ ରେକର୍ଡିଂ ଚାଲିଛି । ଦିନ ରାତି ଗୀତ ଗାଉଛନ୍ତି କଣ୍ଠ ଶିଳ୍ପୀ । ଦୈନିକ ଶତାଧିକ ଗୀତ ରେକର୍ଡିଂ କରାଯାଉଥିବା କହୁଛନ୍ତି କଣ୍ଠଶିଳ୍ପୀ ।

ଲୋକଙ୍କ ମନୋରଞ୍ଜନ ସହ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ପ୍ରଚାର କରାଯାଉଛି ଗୀତରେ । ବିଜେଡ଼ି, ବିଜେପି, କଂଗ୍ରେସ, ବି.ଏସ.ପି ଓ ସ୍ୱାଧିନ ପ୍ରାର୍ଥୀ ମାନେ ଗୀତ ପ୍ରସ୍ତୁତ କରା ଯାଉଥିବା ଜଣାଯାଇଛି । ନୋମିନେସନ ହୋଇ ନଥିବା ବେଳେ ପ୍ରଚାର ଜୋରସୋରରେ ଚାଲିଛି । କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାର ପ୍ରାର୍ଥୀ ମାନଙ୍କ ଗୀତ ରେକର୍ଡିଂ ହେଉଛି ।

ଗୀତ ଖାଲି ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ପ୍ରଚାର ପ୍ରସାରର ମାଧ୍ୟମ ମଧ୍ୟ । ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଗୀତର ବ୍ୟବହାର କରାଯାଉଥିବା ବେଳେ ଏବେ ଭୋଟ ପାଇବାର ମାଧ୍ୟମ ସାଜିଛି ଗୀତ । ଖଡ଼ିଆଳ ଅଞ୍ଚଳରେ ସମ୍ବଲପୁରୀ ଗୀତର ଆଦର ଥିବାରୁ ଏହି ସ୍ୱରରେ ଭୋଟ ଗୀତ ପ୍ରସ୍ତୁତ କରାଯାଉଛି ।

ନିଜ ଅଞ୍ଚଳ ପାଇଁ ପ୍ରାର୍ଥୀ ପ୍ରାର୍ଥୀନୀ କ’ଣ ସ୍ୱପ ଦେଖୁଛନ୍ତି ସେସବୁ ବର୍ଣ୍ଣନା କରିବା ସହ ଦୁର୍ନୀତି ମୁକ୍ତ ନିର୍ବାଚନ ମଣ୍ଡଳୀ ଗଠନ କଥା କୁହାଯାଉଛି । କଣ୍ଠଶିଳ୍ପୀ ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରି ପାରୁଥିବା ସୂଚନା ଦେଇଛନ୍ତି ।