• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାଣି ପାଇଁ ବିଧାୟକଙ୍କ ପ୍ରଚାରକୁ ଅଟକାଇଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ସୋରଡ଼ାରେ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି । ଗତ ଦୁଇ ଦିନ ତଳେ ସୋରଡ଼ା ଚାକୁଣ୍ଡା ଗାଁରେ ପ୍ରଚାର କରିବାକୁ ଯାଇଥିଲେ ପୂର୍ଣ୍ଣ ଓ ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ୱାଇଁ ।

ହେଲେ ଲୋକେ ଗାଁକୁ ପାଣି ଆସୁନଥିବାରୁ ହାଣ୍ଡି, ବାଲଟି, ଗରା ରଖି ବିରୋଧ କରିଥିଲେ । ଶେଷରେ ରାସ୍ତା ଉପରେ ଥିବା ପାଣି ହାଣ୍ଡିକୁ ବାହାର କରି ଶୋଭାଯାତ୍ରା ଆଗକୁ ବଢ଼ିଥିଲା । ଦୁଇ ଦଶନ୍ଧି ଧରି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗତ ନିର୍ବାଚନରେ ବି ପାଣି ପାଇଁ ଦାବି କରିଥିଲେ ଲୋକେ ।

ହେଲେ କେବଳ ଷ୍ଟ୍ରାଣ୍ଡ ପୋଷ୍ଟ୍ କରି ପାଣି କଥା ବିଧାୟକ ଭୁଲି ଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳିପାରିନି । ସେପଟେ ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଅଂଶୁଘାତର ମୁକାବିଲା ପାଇଁ ରାଜ୍ୟ ସରକାର ବହୁ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ।

ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୧ ଡିଗ୍ରୀ ଛୁଇଁଛି ତାପମାତ୍ରା । ଭୁବନେଶ୍ୱରରେ ୪୦.୭ ଥିବା ବେଳେ, ବାଲେଶ୍ୱରରେ ୪୦.୧, ରାଉରକେଲା ୩୯.୬, ଚାନ୍ଦବାଲି ୩୯.୨, ସମ୍ବଲପୁର: ୩୮.୨, ହୀରାକୁଦ: ୩୭.୮, ପୁରୀ ୩୪.୪, ପାରାଦ୍ୱୀପ ୩୩.୫, ଗୋପାଳପୁର ୩୨.୮ ରହିଛି । ଏପରି ଅବସ୍ଥାରେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।