Advertisment

ଅସନ୍ତୋଷ ଝାଡ଼ିଲେ ପାଟ୍ଟଶାଣୀ; କହିଲେ, ମୋତେ ବାଧୁଛି, ବିଜୁ ଲିଗାସି ଆଉ ନାହିଁ..

ରଘୁନାଥ ସାହୁ ଚିଲିକା ବିଧାନସଭା ଆସନରେ ବିଜେଡିରୁ ନିର୍ବାଚନ ଲଢ଼ିବେ। ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ପରେ ସାମ୍ନାକୁ ଆସିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍ ବାର୍ତ୍ତା।

author-image
Manoranjan Behera
Prasanna Kumar Patasani

Prasanna Kumar Patasani

ଟିକେଟ ନ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ପ୍ରସନ୍ନ ପାଟ୍ଟଶାଣୀ। ଅଡିଓ ଜାରି କରି ଅସନ୍ତୋଷ ଜାହିର କଲେ ପାଟ୍ଟଶାଣୀ। ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ରଘୁନାଥ ସାହୁ ଚିଲିକା ବିଧାନସଭା ଆସନରେ ବିଜେଡିରୁ ନିର୍ବାଚନ ଲଢ଼ିବେ। ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ପରେ ସାମ୍ନାକୁ ଆସିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍ ବାର୍ତ୍ତା।

Advertisment

ସେ କହିଛନ୍ତି, ମୋତେ ବାଧୁଛି, ବିଜୁ ଲିଗାସି ଆଉ ନାହିଁ। ଦଳ ମୋତେ ଗୁରୁତ୍ୱ ଦେଉନି ବୋଲି ଆଜି ପ୍ରମାଣ ପାଇଲି। ରାଜନୀତିର ଅନ୍ୟ ନା ଷଡ଼ଯନ୍ତ୍ର, ଷଡ଼ଯନ୍ତ୍ରକାରୀ ୟୁଜ୍‌ କରି ଫିଙ୍ଗିଦେବେ। ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି, ହେଲେ ରାଜ୍ୟସଭା ପ୍ରତିଶ୍ରୁତି ରଖିଲେନି। ଦଳକୁ ପରିଚାଳନା କରୁଥିବା ବ୍ୟକ୍ତି ନିମ୍ନମୁଖୀ ହେଲେ ଧୋକା ଦିଅନ୍ତି। ଯଦି ଦଳରେ ରହିବି, ଦଳକୁ ସମୃଦ୍ଧ କରିବି; କିଏ ଜାଣେ କାଲି କଣ ହେବ।

ଏଥିରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ତାହା ସମୟ କହିବ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ମୁଁ ବିଜୁ ଜନତା ଦଳରେ ଅଛି, ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି। ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼। ରାଜନୀତିରେ ସମୟ କିନ୍ତୁ ବେଶ୍ ବଳବାନ ବୋଲି କହିବା ସହ କିଏ ରହିବ, ଯିବ, ଭବିଷ୍ୟତରେ କଣ ହେବ, ସମୟ ଉପରେ ନିର୍ଭର।’

Advertisment

ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଖୁବ୍‌ଶୀଘ୍ର ବିଜେଡି ଛାଡ଼ିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା।

ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ଆଜି ତାଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଚିଲିକାରୁ ତାଙ୍କୁ ପ୍ରାର୍ଥୀ କରିନାହାନ୍ତି ନବୀନ । ଏହାର ଆଭାସ୍‌ ବୋଧହୁଏ ପୂର୍ବରୁ ପାଇସାରିଥିଲେ ପାଟ୍ଟଶାଣୀ । ତେଣୁ କୁହାଯାଉଛି, ପାଟ୍ଟଶାଣୀ ବିଜେପି ସହ ଭିତିରି ଆଲୋଚନା କରୁଛନ୍ତି ।

BJD General Elections 2024 Odisha Politics Prasanna Kumar Patasani
Advertisment
Advertisment