Advertisment

‘ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି’

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।

author-image
Manoranjan Behera
Sidharth Routray

Sidharth Routray

ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢ଼ିବେ। କେନ୍ଦୁଝର ଲୋକସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ନାଏକ ହେଲେ ପ୍ରାର୍ଥୀ।

Advertisment

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି। ନିମାପଡ଼ାରୁ ପ୍ରାର୍ଥୀ ଘୋଷଣା ପରେ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, ‘ନିମାପଡ଼ାରେ ଜୋରଦାର ଲଢ଼େଇ ହେବ। ୬ ମାସ ହେଲା ମୁଁ ନିମାପଡ଼ାରେ ବୁଲୁଛି, ପ୍ରତିଘରକୁ ୨ ଥର ଗଲିଣି।’

ନିର୍ବାଚନରେ ବାପା ସୁର ରାଉତରାୟଙ୍କ ଭୂମିକା ପ୍ରଶ୍ନରେ ସିଦ୍ଧାର୍ଥଙ୍କ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ବାପାଙ୍କୁ କହିଛି ଗୋଟେ ପଟେ ରୁହ। ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି। ତେଣୁ ବାପା ଗୋଟେ ପଟେ ରହିବାକୁ ମୁଁ କହିଛି।

Advertisment

ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଟିକେଟ ପାଇଛନ୍ତି। ଦଳ ତାଙ୍କୁ ସେହି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ୱର ବେହେରା ମଧ୍ୟ କେନ୍ଦ୍ରାପଡ଼ା ଆସନରୁ ଟିକେଟ ପାଇଛନ୍ତି।

ବିଜେପି ଛାଡ଼ି କଂଗ୍ରେସରେ ମିଶି ଥିବା ସୋନାଲି ସାହୁଙ୍କୁ ମଧ୍ୟ ଟିକେଟ ମିଳିଛି। ତାଙ୍କୁ ଦଳ ଖୋର୍ଦ୍ଧାରୁ ଟିକେଟ ଦେଇଛି। ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦା- ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ ପ୍ରଧାନ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଚିଲିକାରୁ ପ୍ରଦୀପ ସ୍ୱାଇଁ, କବିସୂର୍ଯ୍ୟନଗରରୁ ସଂଜୟ ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି। କଣ୍ଟାମାଳରେ ଦଳ ମନୋଜ ଆଚାର୍ଯ୍ୟ ଜାଗାରେ ଶରତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜୟଦେବରେ ଜୟନ୍ତ ଭୋଇ ସ୍ଥାନରେ କୃଷ୍ଣ ସଗରିଆ ଓ କବିସୂର୍ଯ୍ୟନଗର ବିପିନ ସ୍ୱାଇଁଙ୍କ ବଦଳରେ ସଞ୍ଜୟ ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି।

Sidharth Routray Sura Routray Congress General Elections 2024 Odisha Politics
Advertisment
Advertisment