• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାଧାରଣ ନିର୍ବାଚନ ପୂର୍ବରୁ ଏବେ ରାଉରକେଲା ରାଜନୀତି ସରଗରମ । ଗୋଟିଏ ଚର୍ଚ୍ଚା କ'ଣ ହେବ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ । କିଏ ମାରିବ ବାଜିମାତ ? ସାରଦା ପ୍ରସାଦ ନାୟକ ଓ ଦିଲୀପ ରାୟଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଉଭୟେ ରାଉରକେଲାରୁ ତିନି ତିନି ଥର ବିଧାୟକ ହୋଇସାରିଛନ୍ତି । ତେଣୁ ଏଥର ଯିଏ ଜିତିବ ସେ ଚତୁର୍ଥ ଥର ବିଧାୟକ ହେବ।

ଯୋରଦାର ଚାଲିଛି ପ୍ରଚାର । ଶକ୍ତି ପ୍ରଦର୍ଶନ ସହ ନିଜ ନିଜ ଆଡକୁ କେମିତି ଭୋଟରଙ୍କୁ ଆକୃଷ୍ଟ କରିବେ, ସେଥିପାଇଁ ତିନି ପ୍ରମୁଖ ଦଳ ପୁରା ଦମରେ ଲାଗି ପଡ଼ିଛନ୍ତି । କିନ୍ତୁ ସବୁଠି ଦୁଇ ପୁରୁଖା ନେତାଙ୍କୁ ନେଇ ଆଲୋଚନା ଟିକେ ଅଧିକ ଚାଲିଛି । ଗତ ୨୦୧୪ ନିର୍ବାଚନ ଭଳି ଏଥର ମୈଦାନରେ ଦୁଇ ପୁରୁଖା ନେତା । ୨୦୧୪ରେ ଦୁଇ ନେତା ଦିଲୀପ ରାୟ ଓ ସାରଦା ପ୍ରସାଦ ନାୟକ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ସେଥିରେ ଦିଲୀପ ବାଜି ମାରିନେଇଥିଲେ। ହେଲେ ଚଳିତ ନିର୍ବାଚନ ଉଭୟ ନେତାଙ୍କ ପାଇଁ ବିଜୟ ଏତେ ସହଜ ହେବନି ବୋଲି ଚର୍ଚ୍ଚା ହେଉଛି । ଦିଲୀପ ରାୟଙ୍କୁ ବିଜେପି ପ୍ରାର୍ଥି ଘୋଷଣା କରିବା ପରେ ସେ ପୁରା ଦମରେ ଲାଗି ପଡ଼ିଛନ୍ତି । ସେହିପରି ବିଜେଡି ବିଧାୟକ ପ୍ରାର୍ଥି ସାରଦା ନାୟକ ମଧ୍ୟ ପଛରେ ପଡିନାହାନ୍ତି । ସେ ମଧ୍ୟ ନିଜ କ୍ୟାଡରମାନଙ୍କୁ ନେଇ ଚଳାଇଛନ୍ତି ବୈଠକ ଓ ଆଲୋଚନା । ସାରଦାଙ୍କ ପାଇଁ ଚଳିତ ନିର୍ବାଚନ ଏସିଡ ଟେଷ୍ଟ ପରି ହେବାକୁ ଯାଉଛି । ଅନ୍ୟପଟେ କଂଗ୍ରେସରୁ ବିଧାୟକ ପ୍ରାର୍ଥି ହୋଇଛନ୍ତି ବୀରେନ୍ଦ୍ର ନାଥ ପଟ୍ଟନାୟକ । ବିରେନ୍ଦ୍ର ମଧ୍ୟ ନିଜ କର୍ମିଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିଚାଲିଛନ୍ତି ।

ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନ ଏତେ ସହଜ ହେବନି ବୋଲି ରାଜନୀତି ସମୀକ୍ଷକଙ୍କ ମତ । ସାଧାରଣ ଲୋକେ କିନ୍ତୁ ସହରର ବିକାଶ, ଲୋକଙ୍କ ସୁବିଧା ସୁଯୋଗକୁ ନେଇ ପୂର୍ଣ୍ଣ ମାତ୍ରାରେ ଖୁସି ନ ଥିବା କହିଛନ୍ତି । ରାଉରକେଲା ସହରର ଯେତିକି ଉନ୍ନତି ହେବା କଥା ସେତିକି ହୋଇନି ବୋଲି ଲୋକଙ୍କ ଅଭିଯୋଗ ।