• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Baijayant Panda
କେନ୍ଦ୍ରାପଡ଼ା ମୈଦାନକୁ ଓହ୍ଲାଇବେ ମୋଦି ଓ ଅମିତ ଶାହ: ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି।

Naveen Patnaik
ପୁଣି ଦୁଇଟି ଆସନରେ ଲଢ଼ିବେ ନବୀନ

ପୁଣି ଦୁଇଟି ଆସନରେ ଲଢ଼ିବେ ନବୀନ। ଗଞ୍ଜାମର ହିଞ୍ଜିଳି ସହ ଏଥର ବି ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖି କଣ୍ଟାବାଞ୍ଜିରୁ ଲଢ଼ିବେ ବିଜେଡି ସୁପ୍ରିମୋ। ହେଲେ ନବୀନଙ୍କ ଏହି ଷ୍ଟ୍ରାଟେଜିକୁ କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସର ପଶ୍ଚିମ ଓଡ଼ିଶା ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଯାହାକୁ ନେଇ ଘନେଇଛି ପଶ୍ଚିମ ରାଜନୀତି।

Odisha Politics
ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା। କାରଣ ରେଢାଖୋଲ ପାଇଁ ଆଶାୟୀ ରହି ସଂଗଠନ କରୁଥିବା ପ୍ରସନ୍ନଙ୍କୁ ଦଳ ସମ୍ବଲପୁର ଟିକେଟ୍ ଦେବା ପରଠୁ ସେ ଅପ୍ରସନ୍ନ ଥିବା କୁହାଯାଉଥିଲା। ଏପରିକି ଗଲା ୧୨ ତାରିଖରେ ଏନେଇ ନବୀନ ନିବାସ ଯାଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଟିକେଟ ଫେରାଉଥିବାର ବି ଚର୍ଚ୍ଚା ହେଉଥିଲା। ତେଣୁ ବାଧ୍ୟ ହୋଇ ଦଳ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Naveen Patnaik
ବିଜେପିକୁ ଚେକ୍‌ ଦେବା ପାଇଁ କାମ ଦେବ ତ ନବୀନଙ୍କ କଣ୍ଟାବାଞ୍ଜି ଚାଲ୍‌ ?

୨୦୧୯ ଭଳି ୨୪ରେ ବି ଦୁଇଟି ଆସନରୁ ଲଢିବେ ନବୀନ। ଗତଥର ବିଜେପୁର ଆଉ ଏଥର କଣ୍ଟାବାଞ୍ଜି। ପଶ୍ଚିମରେ ବିଜେପି ଦବଦବାର କାଉଣ୍ଟର ପାଇଁ ବିଜେଡି ସୁପ୍ରିମୋଙ୍କ 'କଣ୍ଟାବାଞ୍ଜି' ଗୋଟି।

Odisha Politics
ବିଜେଡି ପ୍ରାର୍ଥୀ ଅଦଳବଦଳ; ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା କି ଦଳ ?

ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ। ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା।

Odisha Politics
ସ୍ୱାଧୀନ ପ୍ରାର୍ଥୀଙ୍କୁ ଏମିତି ମିଳୁଛି ସମର୍ଥନ; ଭୋଟର୍‌ ଦେଉଛନ୍ତି ଶହେ ଟଙ୍କା..କିଲେ ଚାଉଳ..ଖଣ୍ତେ ହଳଦୀ

ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ପ୍ରାର୍ଥୀ ହେବା ପରେ ଘାସିରାମ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କଲେ। ସେ ଗାଁ ଗାଁ ଘର ଘର ଯାଇ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି। ଲୋକେ ତାଙ୍କୁ ନିର୍ବାଚନରେ ବିଜୟୀ କରିବାକୁ ତାଙ୍କ ଥାଳରେ ଗୋଟିଏ କେଜି ଚାଉଳ, ଶହେ ଟଙ୍କା ଓ ହଳଦୀ ଖଣ୍ଡେ ସହାୟତା କରୁଛନ୍ତି।

BJD Number 9 Theory
ବିଜେଡି ଆପଣାଇଛି ନମ୍ବର ୯ ଥିଓରୀ, ହେଲେ କାହିଁକି ?

ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।

BJD
ସମୀରଙ୍କ ସ୍ଥାନରେ ନିମାପଡ଼ା ବିଜେଡିରୁ ଲଢ଼ିବେ ଦିଲ୍ଲୀପ ନାୟକ

ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି । 

Prasanna Acharya
ରୋହିତ ଗଲେ ସମ୍ବଲପୁର ପ୍ରସନ୍ନ ଆସିଲେ ରେଢ଼ାଖୋଲ

ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ।

BJD Politics
BJD ର ପଞ୍ଚମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ

ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଲା ପ୍ରାର୍ଥୀ । ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ ।

BJD Politics
ପଶ୍ଚିମ ଓଡ଼ିଶାରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ, ଜୋର୍ ଧରିଲା ଚର୍ଚ୍ଚା

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ କି ନବୀନ । ପୁଣି ଥରେ ଏଭଳି କଳ୍ପନାଜଳ୍ପନା ଜୋର୍ ଧରିଛି । ଏଣେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ଲଢ଼ିବା ନେଇ ବି ଚର୍ଚ୍ଚା ହେଉଛି ।

Election
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର, ୨୧ ରାଜ୍ୟରେ ହେବ ଭୋଟ୍ ଗ୍ରହଣ

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା ।

BJD Politics
ବିଜେଡିର ସାହା କି ଶପଥ ପାଠ ?

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି ନେତା ।

Odisha BJP
BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ

ଆଜି ଆଉ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ପୂର୍ବର ୨ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ବଡ଼ କଥା ହେଲା ୧୯ ଭିତରୁ ୧୬ ଯାଗାରେ ନୂଆ ମୁହଁ। ଆଉ ବିଜେଡିରୁ ଆସିଥିବା ୫ ନେତା ପାଇଛନ୍ତି ଟିକଟ୍। ରାଉରକେଲାରୁ ହେଭିୱେଟ ଦିଲୀପ ରାୟଙ୍କୁ ଟିକେଟ ମିଳିଥିବା ବେଳେ ରଣପୁରରୁ ପ୍ରାର୍ଥୀ ପରିବର୍ତ୍ତନ କରି ସୁରମା ପାଢୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।

Odisha BJP
BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ, ରଣପୁରରେ ବଦଳିଲା ଟିକେଟ...

ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ପ୍ରାର୍ଥୀ ବଦଳାଇ ସୁରମା ପାଢ଼ୀଙ୍କୁ ଟିକେଟ୍ ଦେଲା ବିଜେପି । BJPର ଆଜି ଘୋଷିତ ଆଉ ୧୯ MLA ସିଟରେ ୧୬ ନୂଆ ଯୋଦ୍ଧା । ବିଜେଡିରୁ ଆସିଥିବା ୫ନେତାଙ୍କୁ ବି ସୁଯୋଗ, ରିପିଟ୍ ମାତ୍ର ୩ କ୍ୟାଣ୍ଡିଡେଟ୍ ।

Surama Padhi
ବଦଳିଲା ରଣପୁର ବିଜେପି ଟିକେଟ୍, ପୁଣି ପ୍ରାର୍ଥୀ ହେଲେ ସୁରମା ପାଢ଼ି

ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି। 

Dilip Ray
ଦିଲୀପ କହିଲେ ଏଥର ମୋଦି ଲହର ଅଧିକ ରହିଛି

ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ । ଦ୍ୱିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା ।

Politics
ଉପହାର ଦେଇ BJDର ଭୋଟ କିଣିବାକୁ ଯୋଜନା! ଜବତ ହେଲା ୧୯ ହଜାର ୬ଶହ ଟ୍ୟାବଲେଟ୍...

ଜବତ ହେଲା ପୁଳା ପୁଳା ଟାବଲେଟ୍ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ପରିମାଣର ଟ୍ୟାବ୍ ରାୟଗଡ଼ାରୁ ଜବତ ହୋଇଛି । ଏକ ବଡ଼ କଣ୍ଟେନରରେ ଏସବୁ ଟ୍ୟାବକୁ ରଖାଯାଇଥିବାବେଳେ ଲୋକେ ଧରିଛନ୍ତି ।

BJD Politics
ବିଜେଡି ଖେଳୁଛି ଶପଥ କାର୍ଡ! ଅସନ୍ତୁଷ୍ଟ କର୍ମୀ-ଲୋକଙ୍କୁ ନେଇ ନେତା କରାଉଛନ୍ତି ଶପଥପାଠ

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି ନେତା ।

BJP Laxmipur Assembly candidate Kailash Chandra Kulesika
କୁଲେସିକାଙ୍କ ବିସ୍ଫୋରକ ବୟାନ; କହିଲେ, ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଟିକେଟ ନେଇଛନ୍ତି..

ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା।

BJP
ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା; ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ

୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

two senior former MLA of Ganjam resigned from BJD
ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ; ପ୍ରାଥମିକ ପଦରୁ ଇସ୍ତଫା ଦେଲେ ଗଞ୍ଜାମର ୨ବରିଷ୍ଠ ପୂର୍ବତନ ବିଧାୟକ

ବିଜେଡି ନେତା ଜାମୁଲା ଶଙ୍କର ନାରାୟଣ ଏବଂ ବିଜେଡି ନେତ୍ରୀ ମହିଳା ଉପ ସଭାନେତ୍ରୀ ଜେ.ସୁଷମା ରାଣୀ ମଧ୍ୟ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି।

BJD leader
ଭୋଟ୍ ବେଳରେ ନେତାଙ୍କୁ ଘେରି ଜବାବ ମାଗୁଛନ୍ତି ଜନତା...

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ରଘୁବାରି ଗାଁରେ । ଖୋଦ୍ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ବିଜେଡି ନେତା ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । 

Brajrajnagar Assembly
କାହାର ହେବ ବ୍ରଜରାଜନଗର ?

କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ?

 Pruthvi Ballav Patnaik
ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍

ନା ବିଜେଡି ନା ବିଜେପି, ପ୍ରାର୍ଥୀ ଘୋଷଣାକୁ ନେଇ ଉଭୟ ଦଳଙ୍କ ଅଙ୍କ ଛିଣ୍ଡୁନି । ତେଣେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।