Advertisment

‘ରାଜ୍ୟରେ ଭର୍ଚୁଆଲ୍ ଆଉ AI ପ୍ରଚାର ଚାଲିଛି, ଶାସକ ଦଳ ନେତା ମିଡିଆ ସାମ୍ନାରେ କହୁନାହାନ୍ତି’

ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କଣ ହେବ, ତାହା ସମସ୍ତେ ଜାଣିଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ବିଜେଡିକୁ ପୁଣି ସମାଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟରେ ଭର୍ଚୁଆଲ ଓ AI ପ୍ରଚାର ଚାଲିଛି କହି ମୁଖ୍ୟମନ୍ତ୍ରୀଙ୍କୁ ତେର୍ଚ୍ଛା ବାଣ ମାରିଲେ । ଆଉ କହିଲେ ରାଜ୍ୟ ମୁଖିଆ ଗଣମାଧ୍ୟମ ସାମ୍ନାରେ ବାଇଟ ଦେଉନାହାନ୍ତି । ରେକର୍ଡେଡ୍ ଭିଡିଓ ବାଜୁଛି ।

Advertisment

ନବୀନ ପଟ୍ଟନାୟକଙ୍କ ସହିତ ଏଥର ମୁହାଁମୁହିଁ ଲଢ଼େଇ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାକୁ ନେଇ ବିଜେପି ନେତୃତ୍ୱର ଆଭିମୁଖ୍ୟ ଆଗରୁ ହିଁ ସ୍ପଷ୍ଟ ଥିଲା। ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କଣ ହେବ, ତାହା ସମସ୍ତେ ଜାଣିଛନ୍ତି।

ବୈଜୟନ୍ତ ପଣ୍ଡା ଆହୁରି କହିଛନ୍ତି, ଏଠାରେ ସରକାର ବିରୋଧୀ ହାୱା ଅଛି। ବିଜେପିର ଲୋକପ୍ରିୟତା ବଢିଛି। ଆମ ତରଫରୁ ପ୍ରଚଣ୍ଡ ପ୍ରଚାର ହେବ। ଆସିବେ ମୋଦି, ଶାହା, ନଡ୍ଡା, ଯୋଗୀ, ହିମନ୍ତ ଓ ଆହୁରି ଅନେକ ନେତା। କିନ୍ତୁ ଏଠି ତ ଭର୍ଚୁଆଲ, ଏଆଇ ପ୍ରଚାର ଚାଲିଛି। ଏଠାକାର ଶାସକ ଦଳର ନେତା ଆପଣଙ୍କ ସାମ୍ନାରେ ବାଇଟ୍ ଦେଉନାହାନ୍ତି। ସେହି ବାଇଟ୍ କମ୍ପ୍ୟୁଟରରେ ତିଆରି ହେଉଛି। ତା’ତୁଳନାରେ ଆମର ଯେମିତି ପ୍ରଚାର ହେବ, ତାର ଫାଇଦା ମିଳିବ। ବାତାବରଣ ଏବେ ବିଜେପି ସପକ୍ଷରେ ଅଛି। ଆଗାମୀ ୪୦-୪୨ ଦିନରେ ଏହା ଆହୁରି ବଢ଼ିଆ ମାହୋଲ ସୃଷ୍ଟି କରିବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

BJD BJP Congress Odisha Politics General Election 2024
Advertisment
Advertisment