• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି । କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ତଥା ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ସେ ପ୍ରଥମେ ଦଳର କର୍ମୀ ମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ କର୍ମୀ ସମ୍ମିଳନୀରେ ଆକାଶ କହିଛନ୍ତି କେବଳ କୋରେଇରେ ନୁହେଁ ସାରା ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ସେ କହିଛନ୍ତି । ସେହିପରି ପ୍ରଚାରରେ କଂଗ୍ରେସ ବି ପଛରେ ନାହିଁ ।

ବେଗୁନିଆ ଆସନର କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବା ସହ ବିରାଟ ଶୋଭାଯାତ୍ରା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ପୃଥ୍ୱୀବଲ୍ଲଭ । ଆଜି ଜାନକୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ସେ ପ୍ରଚାର ଆରମ୍ଭ କରିଛନ୍ତି । ବେଗୁନିଆ ନିର୍ବାଚନ ମଣ୍ଡଳୀର ସାରୁଅ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭୋଟ ମାଗିଥିଲେ ପୃଥ୍ୱୀବଲ୍ଲଭ ।

ବିଜେଡି ପ୍ରାର୍ଥୀ ମାନେ ମଧ୍ୟ ଚଳାଇଛନ୍ତି ପ୍ରଚାର । ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପ୍ରଚାର କରିଛନ୍ତି । ରାଜ୍ୟରେ ମଖ୍ୟମନ୍ତ୍ରୀ ନବୀନ କରିଥିବା ବିକାଶ ଧାରାକୁ ଆଗକୁ ନେବେ ବୋଲି ସେ କହିଛନ୍ତି ।